www.samajalive.in
Saturday, December 13, 2025
23.1 C
Bhubaneswar

ଚଳଚଞ୍ଚଳ ରାଜଗାଙ୍ଗପୁର: ଟିକେଟ ଆଶାୟୀ ପିତା ନା ପୁତ୍ର?

ସୁନ୍ଦରଗଡ଼/ରାଜଗାଙ୍ଗପୁର: ନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଭିନ୍ନ ରାଜନୈତିକ ଦଳର ଗତିବିଧି ଜୋର ହୋଇଛି। ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ଶାସକ ବିଜେଡ଼ିର ପ୍ରାର୍ଥୀତ୍ବକୁ ନେଇ ଚର୍ଚ୍ଚା ସର୍ବାଗ୍ରେ ରହିଥିବା ବେଳେ ତା ପଛକୁ କଂଗ୍ରେସ ଓ ବିଜେପିର ପ୍ରାର୍ଥୀତ୍ବକୁ ନେଇ ମଧ୍ୟ ଦଳ ପକ୍ଷରୁ ଘଣ୍ଟାଚକଟା ଆରମ୍ଭ ହୋଇଯାଇଛି । ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, କଂଗ୍ରେସ ଓ ବିଜେପିର ପ୍ରାର୍ଥୀ ଚୟନ ପ୍ରକ୍ରିୟା ବିଭିନ୍ନ ସ୍ତରରେ ଥିବା ବେଳେ ସମସ୍ତଙ୍କ ନଜର ଶାସକ ବିଜେଡ଼ି ଦଳର ପୁରୁଖାନେତା ତଥା ଜିଲା ବିଜେଡ଼ି ସଭାପତି ବିଧାୟକ ମଙ୍ଗଳା କିଶାନଙ୍କ ଉପରେ । ଏହି ନିର୍ବାଚନ ମଣ୍ଡଳୀରୁ ଶାସକ ବିଜେଡ଼ିର ପ୍ରାର୍ଥୀ ଭାବେ ମଙ୍ଗଳାଙ୍କ ପ୍ରାର୍ଥୀତ୍ବକୁ ଗୁରୁତ୍ବ ଦିଆଯାଉଥିବା ବେଳେ ତାଙ୍କ ପୁଅକୁ ଟିକେଟ ଦେବା ପାଇଁ ବିଭିନ୍ନ ମହଲରେ ଆଲୋଚନା ହେଉଛି। ଏ ସଂପର୍କରେ ମଙ୍ଗଳା ବାବୁଙ୍କ ନିଜସ୍ବ ମତକୁ ଦଳ ଗୁରୁତ୍ବ ଦେବ ବୋଲି ଜଣାପଡିଛି। ଅନ୍ୟମାନଙ୍କ ମଧ୍ୟରେ ବେନଡ଼ିକ ତିର୍କୀ, ରୁନୁ ଲାକ୍ରା ଆଶାୟୀଙ୍କ ଦୌଡ଼ରେ ସାମିଲ ଥିବାର ଜଣାପଡ଼ିଛି ।

ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳ ମଧ୍ୟ ନିଜ ପ୍ରାର୍ଥୀ ଚୟନ କ୍ଷେତ୍ରରେ ପ୍ରୟାସ ଜାରି ରଖିଛି। କଂଗ୍ରେସ ପ୍ରାର୍ଥୀଙ୍କ ଆଶାୟୀ ତାଲିକାରେ କଂଗ୍ରେସର ପୂର୍ବତନ ସାଂସଦ ଖ୍ରୀଷ୍ଟୋଫର ଏକ୍କାଙ୍କ ପୁତ୍ର ଜିଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଡ଼ାକ୍ତର ଥିବା ଡା.ରାଜେନ ଏକ୍କାଙ୍କ ପ୍ରାର୍ଥୀତ୍ବକୁ ପିସିସି ଓ ହାଇକମାଣ୍ଡ ବେଶ ଗୁରୁତ୍ବ ଦେଉଛନ୍ତି ବୋଲି ତାଙ୍କ ସମର୍ଥକମାନେ କହୁଥିବା ବେଳେ ପୂର୍ବତନ ବିଧାୟକ ଗ୍ରେଗୋରୀ ମିଞ୍ଜ, ପିସିସି ସଂପାଦିକା ରଜନୀ କୁଲୁଙ୍କ ନାମ ମଧ୍ୟ ପ୍ରାର୍ଥୀତ୍ବ ତାଲିକାରେ ରହିଥିବାର ଜଣାପଡ଼ିଛି । ପୂର୍ବତନ ବିଧାୟକ ଗ୍ରେଗୋରୀ ମିଞ୍ଜ ଦୁଇ ଦୁଇ ଥର ଏହି ଆସନରୁ ବିଧାୟକ ହୋଇଥିବାରୁ ତାଙ୍କୁ ପୁର୍ନବାର ଟିକେଟ ଦେବା ପାଇଁ ତାଙ୍କ ସର୍ମଥକ ମାନେ ଯୁକ୍ତି ବାଢ଼ିଥିବା ବେଳେ ଏହି ନିର୍ବାଚନ ମଣ୍ଡଳୀରୁ ମହିଳା ପ୍ରାର୍ଥୀ ଦେବା ପାଇଁ ବହୁ କର୍ମୀ ଓ ନେତା ଚର୍ଚ୍ଚା କରୁଛନ୍ତି । ଏହିକ୍ରମରେ ରଜନୀ କୁଲୁ ମଧ୍ୟ ନିଜ ପ୍ରାର୍ଥୀତ୍ବ ସଂପର୍କରେ ଲବି ଆରମ୍ଭ କରିବା ସହ ଜିଲାରେ ମହିଳା ପ୍ରାର୍ଥୀ ଦେବା ଉପରେ ଗୁରୁତ୍ବାରୋପ କରିଛନ୍ତି ।

- Advertisement -

ଜାତୀୟ ରାଜନୀତି ଦୃଶ୍ୟପଟକୁ ଆଧାର କରି ଏହି ନିର୍ବାଚନ ମଣ୍ଡଳୀରେ ବିଜେପି ଆଶାୟୀଙ୍କ ତାଲିକା ମଧ୍ୟ ଲମ୍ବିବାରେ ଲାଗିଛି । ଉପେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀଙ୍କ କୁତ୍ରା ବ୍ଲକ ପ୍ରତିନିଧି ଜୁନାସ ଲୁଗୁନ, ମହିଳା ନେତ୍ରୀ ଫିଲିସିତା ଲାକ୍ରା, ପୁର୍ବତନ ବିଧାୟକ ମହେନ୍ଦ୍ର ମାଝୀ ସମେତ ସୁନ୍ଦରଗଡ଼ ଜିଲା ସରପଞ୍ଚ ମହାସଂଘର ସଭାପତି ନରସିଂହ ମିଞ୍ଜଙ୍କ ନାମ ମଧ୍ୟ ଆଶାୟୀ ତାଲିକାରେ ରହିଥିବାର ଜଣାପଡ଼ିଛି । ହେଲେ ଏ କ୍ଷେତ୍ରରେ ଜୁଏଲଙ୍କ ମତାମତକୁ ଦଳ ଅଣଦେଖା ନ କରି କୁଆଡ଼େ ତାଙ୍କ ମନୋନୀତ ପ୍ରାର୍ଥୀଙ୍କୁ ହିଁ ପ୍ରାର୍ଥୀ କରିବେ ବୋଲି କେନ୍ଦ୍ରମନ୍ତ୍ରୀଙ୍କ ସମର୍ଥକ ମାନେ କହି ବୁଲୁଛନ୍ତି । ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ିକୁ ଛାଡ଼ି ଆଉ କିଛି ନୂତନ ସମୀକରଣର ଆଭାସ ମିଳୁ ନଥିବା ବେଳେ ଦଳୀୟ କର୍ମକର୍ତ୍ତାଙ୍କୁ ପ୍ରାର୍ଥୀ ଚୟନ କ୍ଷେତ୍ରରେ ଏତେଟା ସମସ୍ୟା ସୃଷ୍ଟି ହେବ ନାହିଁ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି।

୨୦୧୪ ନିର୍ବାଚନରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହୋଇଥିଲେ ହିଁ ମଙ୍ଗଳା ବାବୁ ନିଜ ନିକଟତମ ପ୍ରତିଦ୍ବିନ୍ଦୀ କଂଗ୍ରେସର ଗ୍ରେଗୋରୀ ମିଞ୍ଜଠାରୁ ୧୦ହଜାର ଉର୍ଦ୍ଧ ଭୋଟରେ ବିଜୟୀ ହୋଇଥିଲେ । ବିଜେପିର ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ ୨୮୬୯୪ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories