www.samajalive.in
Friday, December 12, 2025
19.1 C
Bhubaneswar

ବିଶ୍ୱ ଖାଉଟି ଅଧିକାର ଦିବସର ବାର୍ତ୍ତା – ବିଶ୍ୱସନୀୟ ସ୍ମାର୍ଟ ଦ୍ରବ୍ୟର ବ୍ୟବହାର

ନୂଆଦିଲ୍ଲୀ: ଆଜି (ମାର୍ଚ୍ଚ ୧୫) ସାରା ବିଶ୍ୱରେ ବିଶ୍ୱ ଖାଉଟି ଦିବସ ପାଳନ କରାଯାଇଛି। ୨୦୧୯ ବର୍ଷ ବିଶ୍ୱ ଖାଉଟି ଅଧିକାର ଦିବସର ବାର୍ତ୍ତା ରହିଛି, ବିଶ୍ୱସନୀୟ ସ୍ମାର୍ଟ ଦ୍ରବ୍ୟର ବ୍ୟବହାର। ଖାଉଟି ସୁରକ୍ଷା ତତ୍ତ୍ୱ ସୃଷ୍ଟି ଆମେରିକାରେ ପ୍ରଥମେ ହୋଇଥିଲା। ୧୯୬୦ ଦଶକରେ ସେଠାକାର ବ୍ୟବସାୟୀ ସଂସ୍ଥା ସମୂହର ଅସାଧୁ ବ୍ୟବସାୟୀ କାରବାରରେ ଅସନ୍ତୁଷ୍ଟ ଜଣେ ଯୁବ ଆଇନଜୀବୀ ରାଲଫ୍‍ ନାଡେର୍‍ ଏହା ବିରୋଧରେ ସ୍ୱରଉତ୍ତୋଳନ କରିବା ସହ ଆନ୍ଦୋଳନ ଗଢ଼ିତୋଳିଥିଲେ। ସେ ଖାଉଟିମାନଙ୍କୁ ଏକତ୍ର କରି ସେମାନଙ୍କ ସୁରକ୍ଷା ଦାବିରେ ଉତ୍ପାଦକ ଓ ବ୍ୟବସାୟୀଙ୍କ ବିରୋଧରେ ଆନ୍ଦୋଳନକୁ ବ୍ୟାପକ କରିଥିଲେ। ଫଳସ୍ୱରୂପ ୧୫ମାର୍ଚ୍ଚ ୧୯୬୨ରେ ଯୁକ୍ତରାଷ୍ଟ୍ର ଆମେରିକାର ତତ୍‍କାଳୀନ ରାଷ୍ଟ୍ରପତି ଜନ କେନେଡୀ ପାର୍ଲାମେଣ୍ଟ୍‍ରେ ଖାଉଟି ଅଧିକାର ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ଘୋଷଣାନାମା କରିଥିଲେ। ସମ୍ପ୍ରତି କଞ୍ଜୁମର୍‍ ଇଣ୍ଟରନ୍ୟାସନାଲ୍‍ ଆନୁକୂଲ୍ୟରେ ସାରା ବିଶ୍ୱରେ ଏହି ଦିବସ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories