ଆତଙ୍କବାଦ ଓ ଆଲୋଚନା ଏକ ସଙ୍ଗେ ଚାଲିପାରିବ ନାହିଁ – ବୈଦେଶିକ ମନ୍ତ୍ରୀ

0

ନୂଆଦିଲ୍ଲୀ: ଆତଙ୍କବାଦ ଓ ଆଲୋଚନା ଏକ ସଙ୍ଗେ ଚାଲିପାରିବ ନାହିଁ, କିନ୍ତୁ ଆତଙ୍କବାଦମୁକ୍ତ ପରିବେଶ ସୃଷ୍ଟି କରାଗଲେ ପାକିସ୍ତାନ ସହ କଥାବାର୍ତ୍ତା କରିବା ପାଇଁ ନୂଆଦିଲ୍ଲୀର କୌଣସି ଆପତ୍ତି ନାହିଁ ବୋଲି ଭାରତ ସ୍ପଷ୍ଟ କରିଛି। ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେଇ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି, ଭାରତ ସହ କଥାବାର୍ତ୍ତା କରିବାକୁ ହେଲେ ଇସଲାମାବାଦ ଆତଙ୍କବାଦ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍‍ ଏବଂ ଭାରତ ବିରୁଦ୍ଧରେ ଆତଙ୍କବାଦୀମାନଙ୍କୁ ପ୍ରୋତ୍ସାହନ ଦେବାରେ ନିବୃତ୍ତ ରହିବାକୁ ପଡିବ। ସେ କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଜଣେ ରାଜନେତା ବୋଲି କେତେକ ଲୋକ କହିବୁଲୁଛନ୍ତି, କିନ୍ତୁ ଯଦି ସେ ଜଣେ ପ୍ରକୃତ ରାଜନେତା ଓ ଦୟାବାନ ବ୍ୟକ୍ତି ହୋଇଥାନ୍ତି ଜୈସେ-ମହମ୍ମଦ ମୁଖ୍ୟ ମାସୁଦ ଆଝାରକୁ ଭାରତକୁ ହସ୍ତାନ୍ତର କରିବା ଉଚିତ୍‍। ବୈଦେଶିକ ମନ୍ତ୍ରୀ କହିଛନ୍ତି ଆତଙ୍କବାଦ ପ୍ରସଙ୍ଗକୁ ନେଇ ପାକିସ୍ତାନ ବିଶ୍ୱସମୁଦାୟକୁ ଭୁଲ୍‍ ବାଟରେ ପରିଚାଳିତ କରୁଛି ଏବଂ ଆତଙ୍କବାଦୀମାନଙ୍କୁ ଘଣ୍ଟ ଘୋଡ଼ାଇବା ସଙ୍ଗେ ସଙ୍ଗେ ସେମାନଙ୍କୁ ସାହାଯ୍ୟ ସମର୍ଥନ ଯୋଗାଇ ଦେଉଛି।

Leave A Reply