www.samajalive.in
Sunday, December 7, 2025
14.1 C
Bhubaneswar

ଆପଣଙ୍କୁ ମେକଅପ ପସନ୍ଦ କି ? ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଆମେ ନିୟମିତ ମେକଅପ ଲଗାଇଥାଉ। ଦୈନନ୍ଦିନ କାର୍ଯ୍ୟାଳୟ ଯିବା ସମୟରେ ହେଉ ଅଥବା ବଜାରକୁ ଯିବା ବେଳେ ହେଉ ଆମେ ନିଶ୍ଚୟ ଆବଶ୍ୟକ ଅନୁଯାୟୀ ମେକଅପ ଲଗାଉ। ସେଭଳି କୌଣସି ପ୍ରକାରର ପୂଜାପର୍ବ ଥିଲେ, ଆମେ କିଛି ସ୍ୱତନ୍ତ୍ର ମେକଅପ ନେଇଥାଉ। ମେକଅପ କରିବା ସମୟରେ ଆମକୁ କିଛି କଥା ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ ଅଟେ। ଜାଣନ୍ତୁ ମେକଅପ ପାଇଁ କେଉଁ ଦିଗ ପ୍ରତି ଧ୍ୟାନ ଦେବେ ….
ଏକ୍ସପାୟାରି ତାରିଖ ଦେଖନ୍ତୁ-
ଆମେ ଯେଉଁ ସମୟରେ ମେକଅପ ଦ୍ରବ୍ୟ କିଣିବା ସେ ସମୟରେ ଏହାର ଏକ୍ସପାୟାରୀ ତାରିଖ ନିଶ୍ଚୟ ଦେଖିବା ଉଚିତ। ଅଧିକ ସମୟ ଯାଏଁ ଏହି ତାରିଖ ନଥିଲେ , ସେହି ଦ୍ରବ୍ୟ କିଣନ୍ତୁ ନାହିଁ। କାରଣ ଆମେ ମେକଅପ ଦ୍ରବ୍ୟ କିଛି ଦିନ ଆମ ପାଖରେ ରଖିବା ପରେ ଆମେ ଏହାକୁ ସବୁ ସମୟରେ ବ୍ୟବହାର କରିବା ବେଳେ ତାରିଖ ଦେଖିନଥାଉ। ଯାହା ଆମ ପାଇଁ ଖୁବ କ୍ଷତିକାରକ ଅଟେ।
ଦାମି ଦ୍ରବ୍ୟ ଉପରେ ଆମ ଧାରଣା –
ବେଳେ ଆମ ମନରେ ଆସିଥାଏ ଯେ, ମେକଅପର ଦାମୀ ଦ୍ରବ୍ୟ କିଣିବା ଦ୍ୱାରା ଏହା ଖୁବ ଭଲ ବୋଲି ଆମେ ଭାବି ଥାଉ। ମାତ୍ର ଏହା ଆମ ଚର୍ମ ପାଇଁ ସଠିକ ହେବା ନିତ୍ୟାନ୍ତ ଆବଶ୍ୟକ। ତେଣୁ ଆପଣଙ୍କ ମୁହଁ ପାଇଁ ସଠିକ ମେକଅପର ଦ୍ରବ୍ୟର ବ୍ୟବହାର କରନ୍ତୁ।
ଫାଉଣ୍ଡେସନ କିଣିବା ସମୟରେ –
ଆମେ ଯେତେବେଳେ ଫାଉଣ୍ଡେସନ କିଣୁଛନ୍ତି ସେହି ସମୟରେ ଏହାକୁ ନିଜ ଗାଲ ଓ ଚର୍ମର ରଙ୍ଗ ଅନୁଯାୟୀ ମ୍ୟାଚ କରି କିଣନ୍ତୁ। ଫାଉଣ୍ଡେସନ ଲଗାଇବା ସମୟରେ ଏହାକୁ ହାତ ନୁହେଁ ବରଂ ବ୍ରଶ ଦ୍ୱାରା ଲଗାନ୍ତୁ। ଏହାକୁ ଅଳ୍ପ ପରିମାଣରେ ଲଗାଇବା ଉଚିତ। ଫାଉଣ୍ଡେସନ ଲଗାଇବା ପରେ ଅତ୍ୟଧିକ ପାଉଡ଼ର ଲଗାନ୍ତୁ ନାହିଁ।
ଲାଇନର ଓ ମସ୍କରା –
ଲାଇନର ଓ ମସ୍କରା ଶୁଖିଗଲେ ଏହାକୁ ପାଣି ପକାଇ ବହୁ ଲୋକେ ଲଗାଇ ଥାଆନ୍ତି। ମାତ୍ର ଏପରି ଲଗାଇବା ଉଚିତ ନୁହେଁ। କାରଣ ଏପରି ଲଗାଇଲେ ଆଖି ଉପରେ କୁପ୍ରଭାବ ପଡ଼ିଥାଏ। ତେଣୁ ଲାଇନର ଓ ମସ୍କରା ଶୁଖିଗଲେ ଏହାକୁ ଫୋପାଡ଼ି ଦିଅନ୍ତୁ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories