www.samajalive.in
Sunday, December 7, 2025
14.1 C
Bhubaneswar

ଲଙ୍କା ପନୀର

ଆବଶ୍ୟକ ସାମଗ୍ରୀ
ପନୀର – ୨୦୦ ଗ୍ରାମ
କଟା ଟମାଟୋ – ୩ଟି
କଟା ପିଆଜ – ୨ଟି
ଅଦା ରସୁଣ ବଟା – ୨ଚାମଚ
ଜିରା – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
କଟା ଅଦା – ଅଳ୍ପ
ଗରମ ମସଲା – ୧ଚାମଚ
ପନିର ମସଲା – ୧ଚାମଚ
କଟା କଞ୍ଚା ଲଙ୍କା – ୬ ରୁ ୭ଟି
ଲୁଣ – ଆବଶ୍ୟକ ପରିମାଣରେ
ହଳଦୀ ଗୁଣ୍ଡ – ଅଳ୍ପ
ଚିନି – ଅଳ୍ପ
କଟା ଧନିଆ ପତ୍ର – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପନୀରକୁ ଟିକେ ବଡ଼ ଖଣ୍ଡ କରି କାଟି ଦିଅନ୍ତୁ। ଏବେ ଗ୍ୟାସ ଲଗାଇ ଏକ ପାତ୍ରରେ ପାଣି ହାଲକା ଉଷୁମ କରି ଗରମ କରନ୍ତୁ। ସେହି ପାଣିରେ ସାମାନ୍ୟ ଚିନି ପକାଇ ଗୋଳାଇ ଦିଅନ୍ତୁ। ଏବେ ଏହି ପାଣିରେ କାଟି କରି ରଖିଥିବା ପନୀରକୁ ପକାନ୍ତୁ। ଏବେ ଶୁଖିଲା ଲଙ୍କାକୁ ପାଣିରେ ପକାଇ ବତୁରାଇ ଦିଅନ୍ତୁ। ବତୁରିଥିବା ଲଙ୍କାକୁ ବାଟି ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଜିରା ପକାଇ ପିଆଜ ପକାଇ ଭାଜନ୍ତୁ। ଏବେ ଏଥିରେ ପିଆଜ ରସୁଣ ବଟା, ହଳଦୀ ଗୁଣ୍ଡ, ଲୁଣ ପକାଇ କଷନ୍ତୁ। କିଛି ସମୟ କଷିବା ପରେ କଟା ଅଦା, ଲଙ୍କା ପେଷ୍ଟ, ଟମାଟର , କଞ୍ଚା ଲଙ୍କା ପକାଇ ଭଲ ଭାବେ କଷନ୍ତୁ। ଏହାପରେ ପନୀର ମସଲା, ଗରମ ମସଲା ପକାଇ ଭଲ ଭାବେ କଷନ୍ତୁ। ଏବେ ଏଥିରେ ବତୁରାଇଥିବା ପନୀର ପକାଇ ପାଣି ଦେଇ କିଛି ସମୟ ରଖି ଦିଅନ୍ତୁ। ଏବେ ଏହାପରେ କଟା ଧନିଆ ପତ୍ର ପକାଇ ୨ ମିନିଟ ଗ୍ୟାସରେ ବସାଇ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଲଙ୍କା ପନୀର।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories