www.samajalive.in
Monday, December 15, 2025
17.1 C
Bhubaneswar

ଜାମ୍ମୁ-କାଶ୍ମୀରରେ ଏକକାଳୀନ ନିର୍ବାଚନ ହେବନି; ଓମାର କହିଲେ ମୋଦୀଙ୍କ ୫୬ ଇଞ୍ଚ ଛାତି କାମକୁ ନୁହେଁ

ଜାମ୍ମୁ: ଆସନ୍ତା ଏପ୍ରିଲ ୧୧ରୁ ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। କିନ୍ତୁ ଜାମ୍ମୁ-କାଶ୍ମୀରରେ ନିର୍ବାଚନ ହେବା ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ। ସୁରକ୍ଷା ଦୃଷ୍ଟିରୁ ଏକକାଳୀନ ନିର୍ବାଚନ କରାଯିବ ନାହିଁ ବୋଲି କୁହାଯାଉଛି। ଏହାକୁ ନେଇ ଜାମ୍ମୁ-କାଶ୍ମୀରର ବିଭିନ୍ନ ରାଜନୈତିକ ଦଳ ନିର୍ବାଚନ କମିଶନ ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସମାଲୋଚନା କରିଛନ୍ତି।

ଜାମ୍ମୁ-କାଶ୍ମୀରର ନ୍ୟାଶନାଲ କନଫରେନ୍ସର ଉପାଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଟୁଇଟ କରି କହିଛନ୍ତି, ‘ମୋଦୀ ପାକିସ୍ତାନ ସମେତ ଆତଙ୍କବାଦୀ ଏବଂ ହୁରିୟତ ନିକଟରେ ଆତ୍ମସମର୍ପଣ କରିଛନ୍ତି। ମୋଦୀଙ୍କ ୫୬ ଇଞ୍ଚର ଛାତି ବିଫଳ ହୋଇଛି। ପ୍ରଥମ କରି ୧୯୯୬ ପରଠାରୁ ରାଜ୍ୟରେ ଠିକ୍‌ ସମୟରେ ନିର୍ବାଚନ ହେଉନାହିଁ। ସେ ଆହୁରି କହିଛନ୍ତି ଯେ, ୨୦୧୪ରେ ଭୟଙ୍କର ବନ୍ୟା ସତ୍ବେ ରାଜ୍ୟରେ ଠିକ ସମୟରେ ଲୋକ ସଭା ନିର୍ବାଚନ ଏବଂ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କିନ୍ତୁ ବର୍ତ୍ତମାନ ରାଜ୍ୟରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ବିଫଳ ହୋଇଛି। କେବଳ ବାଲାକୋଟ ଏବଂ ଉରିରେ ଆକ୍ରମଣ ଜାତୀୟ ସୁରକ୍ଷାର ପ୍ରତୀକ ବୋଲି କହିବା ଠିକ୍‌ ନୁହେଁ। ଅନ୍ତର୍ଜାତୀୟ ଦୃଶ୍ୟପଟରେ ଜାମ୍ମୁ-କାଶ୍ମୀର ନିର୍ବାଚନ ଗୁରୁତ୍ଵ ବହନ କରୁଛି। ସମସ୍ତଙ୍କ ନଜର ଏହି ରାଜ୍ୟ ଉପରେ ରହିଛି। କିନ୍ତୁ ମୋଦୀ ସରକାର ଏଠାରେ ନିର୍ବାଚନ ନ କରାଇ ଭୁଲ କରିଛନ୍ତି। ମୁଁ ଭାବୁନି ଯେ ସେ ଏହାକୁ କେବେ ସ୍ବୀକାର କରିବେ ବୋଲି ଓମାର ଟୁଇଟ୍‌ କରିଛନ୍ତି।

- Advertisement -

ସେହିପରି ପିଡିପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଟୁଇଟ୍‌ କରି କହିଛନ୍ତି, ରାଜ୍ୟରେ ଲୋକ ସଭା ନିର୍ବାଚନ ନ କରାଇବା ଏକ ଖଳ ଷଡ଼ଯନ୍ତ୍ର। ଲୋକଙ୍କୁ ସରକାର ଗଠନ କରିବାର ସୁଯୋଗ ନ ଦେବା ଗଣତନ୍ତ୍ର ବିରୋଧୀ।

ରାଜ୍ୟ କଂଗ୍ରେସ ସଭାପତି ଗୁଲାମ ଅହମ୍ମଦ ମିର କହିଛନ୍ତି, ବିଗତ ୫ବର୍ଷ ଧରି ମୋଦୀ କହିଆସୁଛନ୍ତି ଯେ, କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହୋଇଛି। ପରିସ୍ଥିତିରେ ସୁଧାର ଆସିଛି। କିନ୍ତୁ ଆଜି ସେ ରାଜ୍ୟରେ ଠିକ୍‌ ସମୟରେ ନିର୍ବାଚନ ନ କରି ନିଜେ ନିଜକୁ ଏକ ସାର୍ଟିଫିକେଟ ଦେଇଛନ୍ତି ଯେ, ୫ବର୍ଷ ଭିତରେ କାଶ୍ମୀର ସବୁଠାରୁ ଖରାପ ପରିସ୍ଥିତି ଦେଇ ଗତି କରୁଛି, ଯେଉଁଠି ନିର୍ବାଚନ ହୋଇପାରିବ ନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories