www.samajalive.in
Monday, December 15, 2025
14.1 C
Bhubaneswar

ମହିଳା ଦିବସ ବିଜ୍ଞାପନରେ ବେନଜୀରଙ୍କ ନାଁ ଉଭାନ

ଇସଲାମାବାଦ: ଭାରତର କୂଟନୈତିକ ଚାପ ଯୋଗୁ ପାକିସ୍ଥାନ ବିଶ୍ୱ ସମୁଦାୟ ଆଗରେ ଅପମାନିତ ହୋଇଥିବା ବେଳେ ସେଠାକାର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋଙ୍କୁ ଅସମ୍ମାନ ପ୍ରଦର୍ଶନ କରିବା ଘଟଣାରେ ଏବେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସରକାର ଅଡୁଆରେ ପଡିଛନ୍ତି। ମାର୍ଚ୍ଚ ୯ରେ ସାରା ବିଶ୍ୱ ମହିଳାମାନଙ୍କୁ ସମ୍ମାନ ଜଣେଇବା ଉଦ୍ଦେଶ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରିଥିବା ବେଳେ କିନ୍ତୁ ପାକିସ୍ଥାନ ସରକାର ସେଠାକାର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମହିଳାମାନଙ୍କ ବିକାଶ କ୍ଷେତ୍ରରେ ଅନେକ କାର୍ଯ୍ୟ କରିଥିବା ବେନଜୀର ଭୁଟ୍ଟୋଙ୍କ ଫଟୋ ବିଜ୍ଞାପନରେ ସ୍ଥାନିତ ନ କରିବା ଚର୍ଚ୍ଚାର ବିଷୟ ପାଲଟିଛି। ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ଥାନ ସଂସଦରେ ଏ ନେଇ ସିନେଟ ସଦସ୍ୟମାନେ ହଟଗୋଳ କରିବା ସହ ସରକାର କ୍ଷମା ମାଗନ୍ତୁ ବୋଲି ଦାବୀ କରିଥିଲେ। ତେବେ ଏ ନେଇ ତଦନ୍ତ କରାଯିବ ବୋଲି ଘୋଷଣା ହେବା ପରେ ଗୃହରେ ମହିଳା ଦିବସ ଉପରେ ଆଲୋଚନା ସମ୍ଭବ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories