www.samajalive.in
Sunday, December 14, 2025
19.1 C
Bhubaneswar

ଯୁବତୀ ଚାଲାଣକାରୀ ଗ୍ୟାଙ୍ଗକୁ ଧକ୍କା

ସୁନ୍ଦରଗଡ଼: ଯୁବତୀ ଚାଲାଣ ଘଟଣାକୁ ପୁଲିସ ଗୁରୁତ୍ୱର ସହ ନେଇ ଜିଲାର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଚାଲାଣ ହେଉଥିବା ଯୁବତୀମାନଙ୍କ ସମ୍ପର୍କରେ ଥାନାୱାରୀ ଖୋଜ ଖବର ନିଆଯିବା ସହ ଚାଲାଣ ଗ୍ୟାଙ୍ଗରେ ସଂପୃକ୍ତ ଥିବା ବାହାର ରାଜ୍ୟର ଏଜେନ୍ସି ଓ ବ୍ୟକ୍ତିବିଶେଷଙ୍କ ଉପରେ କଡ଼ା ନଜର ରଖାଯାଇଛି ବୋଲି ସୁନ୍ଦରଗଡ଼ ଏସ.ପି ସୌମ୍ୟା ମିଶ୍ରା ସୂଚନା ଦେଇଛନ୍ତି। ଆଗାମୀ ଦିନରେ ପୁଲିସ ଏ ଘଟଣା ସହ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଖୁବ ଶୀଘ୍ର ଗିରଫ କରିବ ଓ ସେମାନଙ୍କ ପର୍ଦ୍ଦାଫାଶ କରିବ ବୋଲି ସୂଚନା ଦେଇଛନ୍ତି। କେତେକ ସମ୍ବେଦନଶୀଳ ତଥ୍ୟ ପୁଲିସ ନିକଟରେ ଥିଲେ ମଧ୍ୟ ତଦନ୍ତରେ ବ୍ୟାଘାତ ହେବା ଦୃଷ୍ଟିରୁ ଏହା ପ୍ରକାଶ କରାଯାଉ ନାହିଁ ବୋଲି କହିଥିଲେ। ସୁନ୍ଦରଗଡ଼ ପୁଲିସ ଜିଲା ଅଞ୍ଚଳରୁ ଜଣେ ନାବାଳିକା ଚାଲାଣ ହେବା ଘଟଣା ଓ ପରବର୍ତ୍ତୀ ପର୍ଯ୍ୟାୟରେ ସେହି ନାବାଳିକାଙ୍କୁ ୬୦ହଜାର ଟଙ୍କାରେ ବିକ୍ରି କରାଯିବା, ଜବରଦସ୍ତ ତା ସହ ବିବାହ କରିବା ଓ ପାଶବିକ ଅତ୍ୟାଚାର କରାଯିବା ଭଳି ଘଟଣା ତଦନ୍ତରୁ ସ୍ପଷ୍ଟ ହୋଇଛି। ସେହି ନାବାଳିକାଙ୍କୁ ଜବରଦସ୍ତ ବିବାହ କରିଥିବା ବ୍ୟକ୍ତି ଜଣକ ସୁନ୍ଦରଗଡ଼ ପୁଲିସର ସ୍ବତନ୍ତ୍ର ଟିମର ଚଢ଼ଉ ବେଳେ ଫେରାର ହେବାକୁ ସକ୍ଷମ ହୋଇଥିବା ବେଳେ ନାବାଳିକାଙ୍କ ସମ୍ପର୍କୀୟ କୁହାଯାଉଥିବା ମହିଳା ଓ ଦଲାଲ ଦମ୍ପତ୍ତିକୁ ସୁନ୍ଦରଗଡ଼ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ.ପି ମିଶ୍ରା ଆହୁରି କହିଛନ୍ତି ଯେ, ଉଦ୍ଧାର ନାବାଳିକାଙ୍କୁ ‘ଆଭା’ ସ୍ୱଳ୍ପ ଅବଧି ଗୃହରେ ରଖାଯାଇଥିବା ବେଳେ ତାର ଶିକ୍ଷା ଓ ଥଇଥାନ ବ୍ୟବସ୍ଥା କରାଯିବ। ଜିଲାର ବିଭିନ୍ନ ଭାଗରୁ ପରିବାରର ଆର୍ଥିକ ଅନାଟନର ଶିକାର ହୋଇ ବା ଦୁଇ ପଇସା ଅଧିକା ରୋଜଗାର କରିବାର ଲକ୍ଷ୍ୟ ରଖିଥିବା ଯୁବତୀ/ନାବାଳିକାଙ୍କୁ ଚାଲାଣକାରୀ ଗ୍ୟାଙ୍ଗ ଫୁଶଲାଫୁଶଲି କରି ଓ ଅଧିକା ପାରିଶ୍ରମିକର ଆଶା ଦେଖାଇ ଚତୁରତାର ସହ ଦିଲ୍ଲୀ, ହରିଆଣା, ମୁମ୍ବାଇ, ଉତ୍ତରପ୍ରଦେଶ ପ୍ରଭୁତି ରାଜ୍ୟରେ ବିକ୍ରି କରିଦେଇଥାନ୍ତି। ପରବର୍ତ୍ତୀ ସମୟରେ ଏହି ଯୁବତୀ/ନାବାଳିକାମାନେ ଅକଥନୀୟ ଅତ୍ୟାଚାରର ଶିକାର ହୋଇଥାନ୍ତି। ହେଲେ କେତେକ କ୍ଷେତ୍ରରେ ପରିବାର ବର୍ଗ ଆଗ୍ରହ ପ୍ରକାଶ କରି ପୁଲିସର ସହାୟତା ନେଉଥିବା ବେଳେ ଆଉ କେତେକ କ୍ଷେତ୍ରରେ ଏହା ଦେଖାଯାଇ ନଥାଏ। ଫଳରେ ଚାଲାଣକାରୀ ଗ୍ୟାଙ୍ଗର ମନୋବଳ ବୃଦ୍ଧି ପାଇ ବାରମ୍ବାର ଏଭଳି ଘଟଣା ଘଟାଇବା ପାଇଁ ସକ୍ଷମ ହୋଇଥାନ୍ତି ମାତ୍ର ଏ ଘଟଣାରେ ସୁନ୍ଦରଗଡ଼ ପୁଲିସର ତ୍ୱରିତ ପଦକ୍ଷେପ ଫଳରେ ଯୁବତୀ/ନାବାଳିକାର ସମ୍ପର୍କୀୟା ପଞ୍ଚମି କମାର, ମୁଖ୍ୟ ଅଭିଯୁକ୍ତ ତଥା ଦଲାଲ କୁହାଯାଉଥିବା ଚୌଧୁରୀ ପୁଷ୍ପେନ୍ଦ୍ର ସିଂ ଓ ତାଙ୍କ ସ୍ତ୍ରୀ ବିମଳା ଚୌଧୁରୀଙ୍କୁ ପୁଲିସ ହେମଗିରର ଗୋପାଳପୁର ଅଞ୍ଚଳରୁ ଗିରଫ କରିବା ଘଟଣା ଚାଲାଣକାରୀ ଗ୍ୟାଙ୍ଗଙ୍କ ମଧ୍ୟରେ ଛନକା ପଶିଯାଇଛି। ସାମ୍ବାଦିକ ସମ୍ମିଳନୀରେ ଡ଼ି.ଏସ.ପି ପ୍ରଭାତ ବିଶ୍ବାଳ, ପ୍ରୋବେଶନର ଡ଼ି.ଏସ.ପି ମଧୁଶିକ୍ତା ମିଶ୍ର, ସବଇନ୍ସପେକ୍ଟର ଲକ୍ଷ୍ମୀକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories