www.samajalive.in
Monday, December 15, 2025
15.1 C
Bhubaneswar

ବୁଧବାରରେ ଘୋଷଣା ହେବ ଯୁକ୍ତ ଦୁଇ ପରୀକ୍ଷା ତାରିଖ

ଭୁବନେଶ୍ୱର – ଆସନ୍ତାକାଲି ବୁଧବାରରେ ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା କରାଯିବ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଷୟପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା କରାଯିବ। ଚଳିତ ଥର ମୋଟ ୧୩୪୯ସେଣ୍ଟରରେ ଯୁକ୍ତ ଦୁଇ ପରୀକ୍ଷା ହେବ ।

ଆସନ୍ତା ଫେବ୍ରୁଆରୀ ୧୫ରୁ ୨୫ଭିତରେ ହେବ ଯୁକ୍ତ ଦୁଇ ପରୀକ୍ଷା ହୋଇପାରେ । ୧୫ରୁ ୨୫ଭିତରେ ଯେକୌଣସି ତାରିଖରେ ପରୀକ୍ଷା ଆରମ୍ଭ ହେବ ବୋଲି ଉଚ୍ଚମାଧ୍ୟମକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡା ଅକ୍ଟୋବର ମାସରେ ସୂଚନା ଦେଇଥିଲେ ।

- Advertisement -

ଡିସେମ୍ବର ୧୫ତାରିଖ ସୁଦ୍ଧା ପିଲମାନଙ୍କୁ ଆଡମିଟ୍‍ କାର୍ଡ ମିଳିବ । ଇଣ୍ଟରନାଲ ପରୀକ୍ଷା ଡିସେମ୍ବର ୨୨ରୁ ୩୧ଯାଏଁ ହେବ । ଜାନୁଆରୀ ୨ରୁ ୧୫ଯାଏଁ ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ନଭେମ୍ବର ୨୯ସୁଦ୍ଧା ପରୀକ୍ଷା ସେଣ୍ଟରରେ ସିସିଟିଭି କ୍ୟାମେରା ଲାଗିବ ।

ଏଥିପାଇଁ ଫର୍ମ ପୂରଣ ସରିଛି । ବିନା ଜରିମାନାରେ ଫର୍ମପୂରଣ ଅବଧି ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ବିନା ଜରିମାନାରେ ଉଭୟ କଳା,ବିଜ୍ଞାନ,ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ପାଇଁ ପଞ୍ଜିକରଣ ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଓ ଫି ଆଦାୟର ଶେଷ ତାରିଖ ନଭେମ୍ବର ୧୧ ମଧ୍ୟରେ ଫର୍ମ ପୂରଣ କରିଥିଲେ । ସେହିପରି ନଭେମ୍ବର ୧୩ରୁ ୧୮ ତାରିଖ ମଧ୍ୟରେ ପଞ୍ଜିକରଣ ଓ ଫର୍ମପୂରଣ କଲେ ଛାତ୍ରଛାତ୍ରୀଙ୍କୁ ୨୦୦ଟଙ୍କା ଜରିମାନା ଏବଂ ନଭେମ୍ବର ୧୯ରୁ ୨୧ ମଧ୍ୟରେ ପଞ୍ଜିକରଣ ଓ ଫର୍ମପୂରଣ କଲେ ଛାତ୍ରଛାତ୍ରୀଙ୍କୁ ୬୦୦ଟଙ୍କା ଜରିମାନା ଦେବାକୁ ପଡ଼ିଥିଲା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories