www.samajalive.in
Monday, December 15, 2025
27.1 C
Bhubaneswar

ବିଜେଡିରୁ ବାସୁଦେବପୁର ବ୍ଲକ ଅଧ୍ୟକ୍ଷଙ୍କ ଇସ୍ତଫା

ବାସୁଦେବପୁର: ଭଦ୍ରକରେ ପୁଣି ବିଜେଡିକୁ ଝଟ୍‌କା ଲାଗିଛି। ଆଜି ବିଜେଡିରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ବାଳ । ଦୁଇଦିନ ପୂର୍ବରୁ ଭଦ୍ରକ ଜିଲ୍ଲା ର ତିନି ଜଣ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଜେଡି ଛାଡି ବିଜେପିରେ ସାମିଲ ହେବା ପରେ ଆଜିର ଏହି ଘଟଣା ଏକ ପ୍ରକାରର ହଟଚମଟ ସୄଷ୍ଟି କରିଛି । ଆଜି ପୁଣି ବିଜେଡିର ବାସୁଦେବପୁର ବ୍ଳକ ଅଧ୍ୟକ ନଗେଦ୍ର ପ୍ରସାଦ ବିଶ୍ଵାଳ ବ୍ୟକ୍ତିଗତ କାରଣ ଦର୍ଶାଇ ଦଳରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପତ୍ର ଜିଲା ସଭାପତି ପଠାଇଛନ୍ତି । ଚାରି ବ୍ଳକ ଅଧ୍ୟକ ଇସ୍ତଫା ଦେବା ପରେ ଏବେ ଚିନ୍ତାରେ ବିଜେଡି। ଦିନକୁ ଦିନ ବିଜେଡି ସଂଗଠନ ଦୁର୍ବଳ ହେବାରେ ଲାଗିଛି ।
ତେବେ ବର୍ତ୍ତମାନ୍ ସେ କେଉଁ ରାଜନୈତିକ ଦଳରେ ସାମିଲ ହେବେ, ସେ ନେଇ ସ୍ପଷ୍ଟ କରିନାହାନ୍ତି।
ଚାରି ବ୍ଲକ ଅଧ୍ୟକ ଛାଡିବାପରେ ଭଦ୍ରକ ନେତା ମାନଙ୍କୁ ଡାକି ନବୀନ ନିବାସରେ ବୈଠକ କରିଛନ୍ତି ବିଜେଡି ସୁପ୍ରିମୋ ଙ୍କ । ଏହି ବୈଠକରେ ବିଧାୟକ ସଞ୍ଜୀବ ମଲ୍ଳୀକ , ବରିଷ୍ଠ ନେତା ପ୍ରଫୁଲ ସାମଲ , ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ସହ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories