www.samajalive.in
Tuesday, December 9, 2025
16.1 C
Bhubaneswar

ମାଟି ପାତ୍ର ବ୍ୟବହାରର ବୈଜ୍ଞାନିକ ଓ ଧାର୍ମିକ କାରଣ

ଆମ ଶରୀର ବିଷୟରେ କୁହାଯାଇଥାଏ ଯେ ଏହା ପାଞ୍ଚଟି ତତ୍ତ୍ୱକୁ ନେଇ ଗଠିତ। ତା’ମଧ୍ୟରୁ ମାଟି ହେଉଛି ଗୋଟିଏ। ଶାସ୍ତ୍ରରେ ମାଟି ବହୁ ମହତ୍ତ୍ୱ ବର୍ଣ୍ଣନା କରାଯାଇଛି। ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆମେ ପ୍ରାକୃତିକ ଦ୍ରବ୍ୟ ସହ ଯେତେ ଅଧିକ ଜଡ଼ିତ ହୋଇ ରହିବା, ଆମ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିବ। ମାଟି ପାତ୍ର ଆମ ଜୀବନ ଉପରେ ପକାଉଥିବା ପ୍ରଭାବ ଓ ବାସ୍ତୁ ଜନିତ କେଉଁ ସମସ୍ୟା ଏହା ଦୂର କରିଥାଏ, ତାହା ହୁଏତ ସଭିଏଁ ଜାଣିନଥିବେ। ଶାସ୍ତ୍ର ଅନୁଯାୟୀ ଆମକୁ ମାଟି ପାତ୍ର ବ୍ୟବହାର କରିବା ଉଚିତ, ଏହା ସହ ଏହାର ବହୁ ବୈଜ୍ଞାନିକ ଓ ଧାର୍ମିକ କାରଣ ମଧ୍ୟ ରହିଛି। ଜାଣନ୍ତୁ କିପରି ମାଟି ପାତ୍ରର ବ୍ୟବହାର ଦୂର କରେ ବହୁ ସମସ୍ୟା ….
ମାଟି ପାତ୍ର ବ୍ୟବହାରର ଧାର୍ମିକ କାରଣ –
ଗୃହରେ ମାଟି ପାତ୍ରରେ ପାଣି ରଖିବା ଦ୍ୱାରା ବୁଧ ଓ ଚଦ୍ରମାଙ୍କର ଶୁଭଫଳ ପ୍ରାପ୍ତି ହୋଇଥାଏ। ଏହାକୁ ଗୃହର ଉତ୍ତର-ପୂର୍ବ ଦିଗରେ ରଖିବା ଉଚିତ। ଏହା ଦ୍ୱାରା ଘରେ ସୁଖଶାନ୍ତି ଓ ଧନବୃଦ୍ଧି ହୋଇଥାଏ। ନକରାତ୍ମକ ଶକ୍ତି ପ୍ରବେଶ କରିନଥାଏ। ଗୃହରେ ଯଦି ସର୍ବଦା ଅଶାନ୍ତି ଲାଗି ରହୁଥାଏ ଓ ସଦସ୍ୟ ମାନେ ଚିନ୍ତାଗ୍ରସ୍ତ ରହୁଥାଆନ୍ତି ତେବେ ମାଟି ପାତ୍ରରେ ଗଛରେ ନିୟମିତ ପାଣି ଦେବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।
ମାଟି ପାତ୍ରରେ ନିର୍ମିତ ଛୋଟ ଛୋଟ ମୂର୍ତ୍ତିକୁ ଘରେ ପୂଜା କରିବା ଦ୍ୱାରା ଘରର ସମସ୍ୟା ଦୂର ହୋଇଥାଏ। ଧନ ଅଯଥାରେ ଖର୍ଚ୍ଚ ହୋଇନଥାଏ। ଘରର ଦକ୍ଷିଣ-ପୂର୍ବ ଦିଗରେ ମାଟିରେ ନିର୍ମିତ ପକ୍ଷୀ ରଖିବା ଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।
ପୂଜାପର୍ବ ସମୟରେ ମାଟିର ଦୀପର ବ୍ୟବହାର ଦ୍ୱାରା ବହୁ ପୁଣ୍ୟଫଳ ମିଳିଥାଏ।
ମାଟିର ଦୀପ ନିୟମିତ ତୁଳସୀଙ୍କ ନିକଟରେ ଲଗାଇବା ଦ୍ୱାରା ଜୀବନରେ ଥିବା ସମସ୍ତ ଦୁଃଖ ଦୂର ହୋଇଥାଏ।
ଏହାର ବୈଜ୍ଞାନିକ କାରଣ-
ମାଟିର ପାତ୍ରରେ ପାଣି ପିଇବା ଖାଦ୍ୟପଦାର୍ଥ ଖାଇବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତି ହୋଇଥାଏ।
ମାଟି ପାତ୍ରରେ ପାଣି ପିଇବା ଦ୍ୱାରା ପେଟ ଥଣ୍ଡା ରହେ।
ମାନସିକ ଶାନ୍ତି ମିଳେ। ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।
ପେଟ ଜନିତ ବହୁ ସମସ୍ୟା ଦୂର ହୋଇଥାଏ।
ଅନିଦ୍ରା ସମସ୍ୟା ଦୂର ହୋଇଥାଏ।
କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories