www.samajalive.in
Monday, December 15, 2025
27.1 C
Bhubaneswar

ମାର୍ଚ୍ଚ ୮ରୁ ସର୍ବଭାରତୀୟ ସତ୍ୟପ୍ରସନ୍ନ ସ୍ମାରକୀ ଟି-୨୦ ଦିବାରାତ୍ର କ୍ରିକେଟ

କେନ୍ଦୁଝର: ସହର ଉପକଣ୍ଠ କବିତ୍ରା ନିକଟସ୍ଥ ସରକାରୀ ମେଡିକାଲ କଲେଜ ସମ୍ମୁଖ ପଡିଆରେ ଶଙ୍କର ସ୍ପୋର୍ଟିଂ କ୍ରିକେଟ ଏକାଡେମୀ ପକ୍ଷରୁ ମାର୍ଚ୍ଚ ୮ରୁ ଦ୍ୱିତୀୟ ସର୍ବଭାରତୀୟ ସତ୍ୟପ୍ରସନ୍ନ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି। ହୋଟେଲ କାଶ୍‍ଭି ଇଣ୍ଟରନ୍ୟାସନାଲଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶଙ୍କର ସ୍ପୋର୍ଟିଂ କ୍ରିକେଟ ଏକାଡେମୀର ସଭାପତି ସୌମ୍ୟଶଙ୍କର ଚକ୍ର ଏହି ସୂଚନା ଦେବାସହ ଏହି ପ୍ରତିଯୋଗିତାରେ ମହାରାଷ୍ଟ୍ର, ଛତିଶଗଡ, ଝାରଖଣ୍ଡ ଓ ପଶ୍ଚିମବଙ୍ଗ ସମେତ ରାଜ୍ୟର ୮ଟି ଶକ୍ତିଶାଳୀ ଦଳକୁ ନେଇ ମୋଟ ୧୨ଟି ଦଳ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି କହିଛନ୍ତି।

ପ୍ରତିଯୋଗିତାରେ ବିସିସିଆଇ ସ୍ୱିକୃତିପ୍ରାପ୍ତ ତୃତୀୟ ନିର୍ଣ୍ଣାୟକ (ଥାର୍ଡ ଅମ୍ପାୟାର), ଓସିଏ ପ୍ୟାନେଲ ଅମ୍ପାୟାର ଓ ଚିୟରଗାର୍ଲ ସହ ଏଲଇଡି ସ୍କ୍ରିନ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସଭାପତି ଶ୍ରୀ ଚକ୍ର ସୂଚନା ଦେଇଛନ୍ତି। ଏହାର ଫାଇନାଲ ମ୍ୟାଚ୍‍ ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ ଚମ୍ପିଆନ ଦଳକୁ ଚମ୍ପିଆନ ଟ୍ରଫି ସହ ୧ଲକ୍ଷ ଟଙ୍କା, ରନର୍ସଅପ ଦଳକୁ ରନର୍ସଅପ ଟ୍ରଫି ସହ ୭୦ହଜାର ଟଙ୍କା, ମ୍ୟାନ ଅଫ୍‍ ଦି ସିରିଜ ବିଜେତାଙ୍କୁ ୩୨ଇଞ୍ଚ ଏଲଇଡି ଟିଭି, ମ୍ୟାନ ଅଫ୍‍ ଦି ଫାଇନାଲ ବିଜେତାଙ୍କୁ ୨୨ଇଞ୍ଚର ଏଲଇଡି ଟିଭି ସହ ଶ୍ରେଷ୍ଠ ବୋଲର, ବ୍ୟାଟ୍ସମ୍ୟାନ, କ୍ଷେତ୍ରରକ୍ଷଣ, ଉଇକେଟକିପର ଆଦି ପୁରସ୍କାର ପ୍ରଦାନ କରାଯିବାକୁ ଥିବାବେଳେ ପ୍ରତିମ୍ୟାଚର ମ୍ୟାନ ଅଫ୍‍ ଦି ମ୍ୟାଚଙ୍କୁ ୨ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ ବୋଲି ସଭାପତି ଶ୍ରୀ ଚକ୍ର କହିଛନ୍ତି। ଇଣ୍ଡିଆ ଗଟ୍‍ ଟ୍ୟାଲେଣ୍ଟର ବିଜେତା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ କଳାକାରଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍‍ଘାଟନୀ ମ୍ୟାଚ ଅବସରରେ ପ୍ରଦର୍ଶନ କରାଯିବାକୁ ସ୍ଥିର ହୋଇଥିବା ବେଳେ ପ୍ରତିଦିନ ମ୍ୟାଚରେ ସିନେ ଜଗତର କଳାକାର ଓ ଗାୟକ ଗାୟିକାଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ଆୟୋଜନ କରାଯାଇଥିବା ଶ୍ରୀ ଚକ୍ର ସୂଚନା ଦେଇଛନ୍ତି।

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories