www.samajalive.in
Monday, December 15, 2025
14.1 C
Bhubaneswar

ବିଜେଡିର ପରବର୍ତ୍ତୀ ଉତ୍ତରାଧିକାରୀ ପ୍ରସଙ୍ଗ : ଦେବୀ ମିଶ୍ରଙ୍କ ବଡ ବୟାନ

ଭୁବନେଶ୍ଵର: ବିଜେଡିର ପରବର୍ତ୍ତୀ ଉତ୍ତରାଧିକାରୀ ପ୍ରସଙ୍ଗକୁ ନେଇ ଦଳର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ବଡ ବୟାନ ରଖିଛନ୍ତି। ସେ କହିଛନ୍ତି ଯଦି ସେମିତି କରିବାର ଅଛି , ତେବେ ଏହି ଦଳର ସଭାପତି ଯେତେବେଳେ ଘୋଷଣା କରିବେ ସେବେ ଜଣାପଡିବ। ଯଦି ଦଳର ସେଭଳି କିଛି ବିଧିବଦ୍ଧ ନିଷ୍ପତ୍ତି ହୁଏ ବା ସଭାପତି ନିର୍ଦେଶ ଦିଅନ୍ତି , ତେବେ ସମସ୍ତେ ଜାଣିପାରିବେ। କିନ୍ତୁ ତାପୂର୍ବରୁ ଚାଲିଥିବା ଚର୍ଚ୍ଚା ଆଲୋଚନାକୁ ନେଇ କିଛି କହିହେବନାହିଁ। ଆସନ୍ତା ଡିସେମ୍ବର ୨୬ ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ ହେବାକୁ ଯାଉଥିବାବେଳେ ସେହିଦିନ ସୁପ୍ରିମୋ ନବୀନ ପଟ୍ଟନାୟକ ଉତ୍ତରାଧିକାରୀ ଘୋଷଣା କରିବେ ବୋଲି ଚର୍ଚ୍ଚା ହେଉଛି।

ବିଶେଷ କରି ଭିକେ ପାଣ୍ଡିଆନଙ୍କ ପତ୍ନୀ ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନ୍ ଙ୍କୁ ଉତ୍ତରାଧିକାରୀ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏପରିକି ନିଲମ୍ବନ ନେତ୍ରୀ ଶ୍ରୀମୟୀ ମିଶ୍ର ଓ ଯୁବ ନେତ୍ରୀ ଏଲିନା ଦାସ ନିଜ ନିଜ ସୋସିଆଲ ମିଡିଆ ପୋଷ୍ଟରେ ଏ ନେଇ ସୂଚନା ଦେଇଥିଲେ। ଏହାକୁ ନେଇ ପୂର୍ବରୁ ବିଜେଡି ମୁଖପାତ୍ର ଲେଲିନ୍ ମହାନ୍ତି କହିଥିଲେ ନବୀନ ଯେଉଁ ନିଷ୍ପତ୍ତି ନେବେ , ତାହା ଦଳ ତଥା ରାଜ୍ୟର ହିତ ପାଇଁ ନେବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories