www.samajalive.in
Saturday, December 13, 2025
27.1 C
Bhubaneswar

ବିଜୁ ପଟ୍ଟନାୟକଙ୍କ ଜନ୍ମଜୟନ୍ତି ଅବସରରେ ମନ୍ତ୍ରୀ ଚନ୍ଦ୍ରସାରଥିଙ୍କ ଦ୍ୱାରା ଶିର୍ଲୋ-ସାହୁଖେତ ସେତୁର ଶିଳାନ୍ୟାସ

ନେମାଳ : ପ୍ରବାଦ ପୁରୁଷ ତଥା ଓଡିଆ ଜନ ମାନସର ମୁକୁଟ ବିହିନ ସମ୍ରାଟ ପୂର୍ବତନ ମୂଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁବାବୁ ଥିଲେ ବିଶ୍ୱର ଏକ ଅନନ୍ୟ ପ୍ରତିଭା। ତାଙ୍କର ପ୍ରତିଭା କେବଳ ଭାରତବର୍ଷରେ ନୁହେଁ ସୁଦୁର ଇଣ୍ଡୋନେସିଆରେ ସର୍ବଜନ ବିଦିତ। ତାଙ୍କର ସ୍ୱପ୍ନର ଓଡିଶା ଏବେ ପ୍ରଗତିଶୀଳ। ପଞ୍ଚାୟତରାଜ ବ୍ୟବସ୍ଥାର ସୁଦକ୍ଷ ବିନ୍ଧାଣୀ ଭାବେ ବିଜୁବାବୁ ତାତ୍କାଳିନ ସମୟରେ ସମାଜକୁ ଏକ ନୂତନ ଦିଗନ୍ତ ଦେଇଥିଲେ। ନାରୀ ଶିକ୍ଷା ଓ ପ୍ରଗତି କ୍ଷେତ୍ରରେ ନେଇଥିବା ଉଲ୍ଲେଖନୀୟ ପଦକ୍ଷେପ ଆଜି ମିଶନ ଶକ୍ତିଭାବେ ସମଗ୍ର ଓଡିଶାରେ ପ୍ରଚଳିତ। ବିଜୁ ପଟ୍ଟନାୟକଙ୍କ ଜନ୍ମଜୟନ୍ତି ଅବସରରେ ମଙ୍ଗଳବାର ଶିର୍ଲୋ-ସାହୁଖେତ ସେତୁର ଶୁଭ ଶିଳାନ୍ୟାସ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ତଥା କ୍ରୀଡା, ଯୁବ ବ୍ୟାପାର ଓ ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ଯୋଗଦେଇ କହିଥିଲେ। ଓଡିଶାର ଉନ୍ନତି ଓ ପ୍ରଗତି ଜରିଆରେ ଏକ ବିକଷିତ ରାଜ୍ୟରେ ପରିଣତ କରିବା ପାଇଁ ବିଜେଡି ସରକାର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ଚେଷ୍ଟିତ ବୋଲି ଉଦ୍‍ବୋଧନ ଦେଇଥିଲେ। ଦିର୍ଘ ଦିନର ପ୍ରତିକ୍ଷା ପରେ ଲୁଣା-ଚିତ୍ରୋତ୍ପଳା-ମହାନଦୀ ଦ୍ୱିପାଞ୍ଚଳରେ ଏକ ସୁଦିର୍ଘ ସେତୁର ଶିଳାନ୍ୟାସକୁ ନେଇ ଜନସାଧାରଣ ବେଶ୍‍ ଖୁସି ମନାଉଥିବା ଦେଖାଯାଇଛି। ବିଜୁ ସେତୁ ଯୋଜନାରେ ଅନ୍ତଭୁକ୍ତ କରାଯାଇଥିବା ଉକ୍ତ ସେତୁ ୬୨.୪୮କୋଟି ଟଙ୍କାର ବ୍ୟୟବରାଦ କରାଯିବାର ବ୍ୟବସ୍ଥା କରାଯାଇଥିବା ବେଳେ ଉକ୍ତ ସେତୁର ଲମ୍ବ ୩୬ ବିସ୍ତାର ବିଶିଷ୍ଟ ୧୧୬୦ ମିଟର। ଉକ୍ତ କାର୍ଯ୍ୟ ସମାପନ ହେଲେ କଟକ,କେନ୍ଦ୍ରାପଡା ଓ ଜଗତସିଂପୁର ଜିଲ୍ଲାକୁ ଯୋଗାଯୋଗ ଖୁବ୍ ସହଜ ହେବା ସହିତ ଜନସାଧାରଣ ମାନଙ୍କ ବ୍ୟବସାୟିକ, ଅର୍ଥିକ ଓ ଗମନାଗମନରେ ପରିବର୍ତ୍ତନ ଦେଖାଯିବ ବୋଲି ବୁଦ୍ଧିଜିବି ମାନେ ମତ ଦେଇଛନ୍ତି।

କଟକ ସଦର ବିଜୁ ଜନତାଦଳ ତରଫରୁ ଆୟୋଜିତ ଏହି ବିଶାଳ ଶୁଭ ଶିଳାନ୍ୟାସ ସମାବେଶରେ ପ୍ରକ୍ତନ ବିଜେଡି ଜିଲ୍ଲାପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ ପୌରହିତ୍ୟ କରିଥିଲେ। ପ୍ରଥମେ ମନ୍ତ୍ରୀ ଶ୍ରୀଯୁକ୍ତ ବେହେରାଙ୍କୁ ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରାରେ ପଛୋଟି ନିଆଯାଇ ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉକ୍ତ ସମାବେଶରେ କଟକ ସଦର ବିଜେଡି ସଭାପତି ପ୍ରମୋଦ ମହାପାତ୍ର, କଟକ ସଦର ବ୍ଲକ ଉପାଧ୍ୟକ୍ଷ ବିଭୁତି ଭୁଷଣ ପରିଡା, ପ୍ରାକ୍ତନ କରପୋରେଟର କୈାସିକ ଜେନା, ଅତ୍ମା ଅଧ୍ୟକ୍ଷ ସମର ବେହେରା, ଚିତ୍ରୋତ୍ପଳା ଖଦୀ ଓ ଗ୍ରାମୋଦ୍ୟୋଗ ସଂଘର ଅଧ୍ୟକ୍ଷ ତଥା ବିଜେଡି ସଂଗଠକ ରମେଶ ଚନ୍ଦ୍ର ସ୍ୱାଇଁ ସମେତ ଦଳୀୟ ସମର୍ଥକ ଯୋଗଦେଇଥିଲେ। ଏହି ବିଶାଳ ସମାବେଶରେ ୨୦ହଜାରରୁ ଊର୍ଦ୍ଧ୍ବ ଜନସମାଗମ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ତେବେ ବିଧାନସଭା ନିର୍ବାଚନ ଆଉ ମାତ୍ର କିଛି ଦିନ ଥିଲା ବେଳେ ମନ୍ତ୍ରୀ ଶ୍ରୀଯୁକ୍ତ ବେହେରାଙ୍କ ବେସ ଲୋକପ୍ରିୟତା ଓ ପତିଆରା ବୃଦ୍ଧି ପାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Hot this week

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

Related Articles

Popular Categories