www.samajalive.in
Saturday, December 13, 2025
27.1 C
Bhubaneswar

ସେନାର ୧୦ଟି ଶାଖାରେ ମହିଳାଙ୍କୁ ସ୍ଥାୟୀ ନିଯୁକ୍ତି

ନୂଆଦିଲ୍ଲୀ,: ସୈନ୍ୟ ବାହିନୀର ୧୦ଟି ଶାଖାରେ ମହିଳାଙ୍କୁ ସ୍ଥାୟୀ ନିଯୁକ୍ତି (ପରମାନେଣ୍ଟ କମିସନ) ପାଇବାକୁ ଯୋଗ୍ୟ ବିବେଚିତ ହେବେ। ପୂର୍ବରୁ ମହିଳାଙ୍କୁ ଏହି ସବୁ ଶାଖାରେ ଅସ୍ଥାୟୀ ନିଯୁକ୍ତି (ସର୍ଟ ସର୍ଭିସ କମିସନ) ଭାବେ ନିଯୁକ୍ତି ଦିଆଯାଉଥିଲା।  ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କହିବା ଅନୁଯାୟୀ ସିଗ୍‌ନାଲ, ଇଞ୍ଜିନିୟରିଂ, ଆର୍ମି ଆଭିଏସନ, ଆର୍ମି ଏୟାର ଡିଫେନ୍ସ, ଇଲେକଟ୍ରୋନିକ୍ସ ଆଣ୍ଡ ମେକାନିକାଲ ଇଞ୍ଜିନିୟରିଂ, ଆର୍ମି ସର୍ଭିସ କ୍ରପସ୍, ଆର୍ମି ଅର୍ଡନାନ୍ସ କ୍ରପସ୍ ଓ ଇଣ୍ଟେଲିଜେନ୍ସ କ୍ରପସ୍‌ରେ ମହିଳାଙ୍କୁ ଏଣିକି ପରମାନେଣ୍ଟ କମିସନ ଭାବେ ନିଯୁକ୍ତି ଦିଆଯିବ। ପୂର୍ବରୁ ସେନାର ଜଜ୍ ଆଡଭୋକେଟ ଜେନେରାଲ (ଜେଏଜି) ଓ ଆର୍ମି ଏଜୁକେସନ କ୍ରପସ୍‌ରେ ମହିଳାଙ୍କୁ ପରମାନେଣ୍ଟ କମିସନ ଭାବେ ନିଯୁକ୍ତି ଦିଆଯାଉଥିଲା।  ସର୍ଟ ସର୍ଭିସ୍ କମିସନ ମହିଳା ଅଫିସରମାନେ ସେମାନଙ୍କ ୪ବର୍ଷିଆ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିଜର ସ୍ଥାୟୀ ନିଯୁକ୍ତି ଲାଗି ଆବେଦନ କରିପାରିବେ। ଆବଶ୍ୟକତା ଓ ସଫଳତାକୁ ଆଧାର କରି ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଲାଗି ବିଚାର କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି।

Hot this week

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

Related Articles

Popular Categories