www.samajalive.in
Wednesday, December 10, 2025
18.1 C
Bhubaneswar

୨ୟ ଦିନିକିଆ : କୋହଲିଙ୍କ ଶତକ; ଭାରତ ୮ ରନ୍‌ରେ ବିଜୟୀ

ନାଗପୁର : ଅଧିନାୟକ ବିରାଟ କୋହଲିଙ୍କ ଶତକ ପରେ ବୋଲରଙ୍କ ପେସାଦାର ପ୍ରଦର୍ଶନ ବଳରେ ମଙ୍ଗଳବାର ୨ୟ ଦିନିକିଆ ମ୍ୟାଚ୍‌ରେ ବିଜୟୀ ହୋଇଛି ଘରୋଇ ଭାରତ। ଅଷ୍ଟ୍ରେଲିଆକୁ ୮ ରନ୍‌ରେ ପରାସ୍ତକରି ୫ ମ୍ୟାଚ୍‌ର ସିରିଜ୍‌ରେ ଭାରତ ୨-୦ରେ ଆଗୁଆ ହୋଇଛି। କୋହଲିଙ୍କ ୪୦ତମ ଦିନିିକିଆ ଶତକ ବଳରେ ପ୍ରଥମେ ବ୍ୟାଟିଂକରି ଭାରତ ୪୮.୨ ଓଭରରେ ୨୫୦ ରନ୍‌କରି ଅଲ୍ଆଉଟ ହୋଇ ଯାଇଥିଲା। ପରେ ଭାରତୀୟ ବୋଲର ନିୟମିତ ୱିକେଟ ନେବାରୁ ୩ଟି ବଲ୍‌ ବାକିଥାଇ ଅଷ୍ଟ୍ରେଲିଆ ୨୪୨ ରନ୍‌ରେ ଅଲ୍ଆଉଟ ହୋଇ ଯାଇଥିଲା। ମାର୍କସ ଷ୍ଟୋଇନିସ୍ ଓ ପିଟର ହ୍ୟାଣ୍ଡ୍‌ସକମ୍ବ୍ ଉପଯୋଗୀ ଇନିଂସ ଖେଳିଥିଲେ ହେଁ ଦଳକୁ କ୍ରମାଗତ ୨ୟ ପରାଜୟରୁ ବଞ୍ଚାଇ ପାରିନଥିଲେ। ୮ରେ ୩ୟ ଦିନିକିଆ ମ୍ୟାଚ୍ ରାଞ୍ଚିରେ ଖେଳାଯିବ।
ସମ୍ମୁଖରେ ୨୫୧ ରନ୍‌ର ବିଜୟଲକ୍ଷ୍ୟ ଥିବା ବେଳେ ଅଷ୍ଟ୍ରେଲିଆ ଉଜ୍ଜଳ ଭଙ୍ଗୀରେ ଇନିଂସ ଆରମ୍ଭ କରିଥିଲା। ପରେ ଭାରତୀୟ ସ୍ପିନର ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଛନ୍ଦି ଦେଇଥିଲେ। ବେଶ୍ କିଛି ମ୍ୟାଚ୍ ପରେ ଅଧିନାୟକ ଆରୋନ୍ ଫିଞ୍ଚ୍‌ଙ୍କ ବ୍ୟାଟ୍‌ରୁ ରନ୍ ବାହାରିଥିବା ବେଳେ ଉସ୍‌ମାନ ଖାୱାଜା ମଧ୍ୟ ଚମତ୍କାର ବ୍ୟାଟିଂ କରିଥିଲେ। ଫଳରେ ୧୫ ଓଭର ପୂରିବା ପୂର୍ବରୁ ଅଷ୍ଟ୍ରେଲିଆ ୮୩ ରନ୍‌ରେ ପହଞ୍ଚି ଯାଇଥିଲା। ତେବେ ୭ଟି ବଲ୍‌ରେ ଉଭୟ ୱିକେଟ ପଡ଼ି ଯାଇଥିଲା। ଫିଞ୍ଚ୍ ୫୩ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୩୭ ରନ୍ କରିଥିବା ବେଳେ ବାମହାତି ଖାୱାଜା ୩୭ ବଲ୍‌ରୁ ୬ଟି ଚୌକା ସହ ୩୮ ରନ୍‌କରି ବିଦାୟ ନେଇଥିଲେ। ଅଭିଜ୍ଞ ସନ୍ ମାର୍ଶ ୨୭ ବଲ୍‌ରୁ ୧୬ ରନ୍‌କରି ଆଉଟ ହୋଇଥିଲେ। ଫର୍ମରେ ଥିବା ଗ୍ଲେନ୍ ମ୍ୟାକ୍ସୱେଲଙ୍କଠାରୁ ଅଷ୍ଟ୍ରେଲିଆ ବହୁତ ଆଶା ରଖିଥିବା ବେଳେ ସେ ୪ ରନ୍‌କରି ବିଦାୟ ନେଇଥିଲେ। ପିଟର ହ୍ୟାଣ୍ଡସକମ୍ବ୍ ଓ ମାର୍କସ ଷ୍ଟୋଇନିସ୍ ୩୯ ରନ୍ ଯୋଗ କରିଥିଲେ। ଭଲ ଇନିଂସ ଖେଳିଥିବା ହ୍ୟାଣ୍ଡ୍‌ସକମ୍ବ୍ ୫୯ ବଲ୍‌ରୁ ୪ଟି ଚୌକା ସହ ୪୮ ରନ୍‌କରି ରନ୍‌ଆଉଟ ହୋଇଥିଲେ। ୧୭୧ ରନ୍‌ରେ ୫ଟି ୱିକେଟ ପଡ଼ିଯିବା ପରେ ଆଲେକ୍ସ କ୍ୟାରେ ଓ ମାର୍କସ ଷ୍ଟୋଇନିସ୍ ୭ ଓଭରରେ ୪୭ ରନ୍ ଯୋଡ଼ିଥିଲେ। କ୍ୟାରେ ୨୪ ବଲ୍‌ରୁ ୨ଟି ଚୌକା ସହ ୨୨ ରନ୍ କରିଥିଲେ। ୪୬ତମ ଓଭରରେ ଯଶପ୍ରୀତ ବୁମ୍‌ରା ୨ଟି ୱିକେଟ ନେବାରୁ ଅଷ୍ଟ୍ରେଲିଆ ପରାଜୟର ନିକଟତର ହୋଇଥିଲା। ଶେଷ ଓଭରରେ ୧୧ ରନ୍ ଆବଶ୍ୟକ ଥିବା ବେଳେ ବିଜୟ ଶଙ୍କର ୩ଟି ବଲ୍‌ରେ ୨ଟି ୱିକେଟ ନେଇ ଦଳକୁ ଜିତାଇଥିଲେ। ଷ୍ଟୋଇନିସ୍ ୬୫ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୫୨ ରନ୍ କରିଥିଲେ। କୁଲଦୀପ ୩ଟି ଏବଂ ବୁମ୍‌ରା ଓ ଶଙ୍କର ୨ଟି ଲେଖାଏଁ ୱିକେଟ ନେଇଥିଲେ। କୋହଲି ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।

- Advertisement -

ଆରୋନ୍ ଫିଞ୍ଚ୍ ଟସ୍ ଜିତି ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲେ। ପ୍ରଥମ ଓଭରର ଶେଷ ବଲ୍‌ରେ ଥାର୍ଡମ୍ୟାନ୍ ହାତକୁ କ୍ୟାଚ୍‌ଦେଇ ବିଦାୟ ନେଇଥିଲେ ରୋହିତ ଶର୍ମା। ପରେ ଶିଖର ଧାୱନ ଓ ବିରାଟ କୋହଲି ସ୍କୋର୍‌କୁ ୩୮ ରନ୍‌ରେ ପହଞ୍ଚାଇବା ପରେ ଧାୱନ ୨୯ ବଲ୍‌ରୁ ୪ଟି ଚୌକା ସହ ୨୧ ରନ୍‌କରି ବିଦାୟ ନେଇଥିଲେ। ଅମ୍ବତି ରାୟୁଡୁ ୩୨ ବଲ୍‌ରୁ ୨ଟି ଚୌକା ସହ ୧୮ ରନ୍ କରିଥିଲେ। ୧୭ ଓଭରରେ ୭୫ ରନ୍‌ରେ ଭାରତ ୩ଟି ୱିକେଟ ହରାଇଥିଲା। ବ୍ୟାଟିଂକ୍ରମରେ ପଦୋନ୍ନତି ପାଇଥିବା ବିଜୟ ଶଙ୍କର ଚମତ୍କାର ବ୍ୟାଟିଂ କରିଥିବା ବେଳେ ଅନ୍ୟପକ୍ଷରେ ବିରାଟ କୋହଲି ସେଟ୍ ହୋଇ ଦର୍ଶନୀୟ ସଟ୍ ଖେଳିବା ଆରମ୍ଭ କରିଥିଲେ। ଫଳରେ ୪ର୍ଥ ୱିକେଟ ଭାଗିଦାରୀ ଭାରତ ପାଇଁ ବେଶ୍ ଫଳପ୍ରସୂ ହୋଇଥିଲା। ୪ର୍ଥ ୱିକେଟ ପାଇଁ ୧୨ ଓଭରରୁ ଭାରତ ୮୧ ରନ୍ ଯୋଡ଼ିଥିଲା। ଶଙ୍କର ଏହି ଭାଗିଦାରୀରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। କୋହଲିଙ୍କ ଷ୍ଟ୍ରେଟ୍ ଡ୍ରାଇଭ୍‌ରେ ନନ୍‌ଷ୍ଟ୍ରାଇକର ପଟେ ଛିଡ଼ା ହୋଇଥିବା ବିଜୟ ଶଙ୍କର ଦୁର୍ଭାଗ୍ୟଜନକ ଭାବେ ରନ୍‌ଆଉଟ ହୋଇ ଯାଇଥିଲେ। ତାମିଲନାଡ଼ୁର ଏହି ଅଲ୍‌ରାଉଣ୍ଡର ୪୧ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୪୬ ରନ୍ କରିଥିଲେ। ଇନିଂସର ୩୩ତମ ଓଭର ଭାରତ ପାଇଁ ବିପର୍ଯ୍ୟୟ ଆଣିଥିଲା। ଲେଗ୍‌ସ୍ପିନର ଆଡାମ୍ ଜାମ୍ପା କ୍ରମାଗତ ୨ଟି ବଲ୍‌ରେ ୨ଟି ୱିକେଟ ନେଇ ଭାରତକୁ ଚାପରେ ପକାଇଥିଲେ। ଏହି ୨ଟି ୱିକେଟ ଥିଲା ଗତ ମ୍ୟାଚ୍‌ରେ ଅପରାଜିତ ଅର୍ଦ୍ଧଶତକ ମାରି ଭାରତକୁ ଜିତାଇଥିବା କେଦାର ଯାଦବ ଓ ମହେନ୍ଦ୍ର ସିଂହ ଧୋନିଙ୍କର। କେଦାର ୧୧ ରନ୍‌କରି କଭର୍‌ରେ କ୍ୟାଚ୍ ଦେଇଥିବା ବେଳେ ପରବର୍ତ୍ତୀ ବଲ୍‌ରେ ​‌େ​‌ଧାନି ସ୍ଲିପ୍‌ରେ କ୍ୟାଚ୍ ଦେଇଥିଲେ। ଫଳରେ ରବୀନ୍ଦ୍ର ଜାଡ଼େଜାଙ୍କୁ ହ୍ୟାଟ୍ରିକ୍ ବଞ୍ଚାଇବାକୁ ପଡ଼ିଥିଲା। କୋହଲି ଓ ଜାଡ଼େଜା ୭ମ ୱିକେଟ ଭାଗିଦାରୀ ଦଳକୁ ସମ୍ମାନଜନକ ସ୍କୋର୍‌ରେ ପହଞ୍ଚାଇଥିଲା। ଦୁହେଁ ୬୭ ରନ୍ ଯୋଗ କରିଥିଲେ। ଜାଡ଼େଜା ୪୦ ବଲ୍‌ରୁ ୨୧ ରନ୍ କରିଥିଲେ। ୪୦ତମ ଦିନିକିଆ ଶତକ ହାସଲ କରିଥିବା କୋହଲି ୧୨୦ ବଲ୍‌ରୁ ୧୦ଟି ଚୌକା ସହ ୧୧୬ ରନ୍‌କରି ଆଉଟ ହୋଇଥିଲେ। ପ୍ୟାଟ୍ କମିନ୍‌ସ ଚମତ୍କାର ବୋଲିଂକରି ମାତ୍ର ୨୯ ରନ୍‌ଦେଇ ୪ଟି ୱିକେଟ ପାଇଥିଲେ। ଆଡାମ୍ ଜାମ୍ପା ୨ଟି ୱିକେଟ ପାଇଥିଲେ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories