www.samajalive.in
Thursday, December 11, 2025
18.1 C
Bhubaneswar

ଖର୍ଚ୍ଚ ଅଟକଳର ଭିଜିଲାନ୍ସ ତଦନ୍ତ ଦାବି କଲା କଂଗ୍ରେସ

ବଡ଼ସାହି : ପଞ୍ଚାୟତିରାଜ ଦିବସ ପାଳନ ଖର୍ଚ୍ଚ ପାଇଁ ଆସିଥିବା ଅନୁଦାନ ରାଶି ଅନିୟମିତତା ହୋଇଛି ବୋଲି ବ୍ଲକ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ବରିଷ୍ଠ କଂଗ୍ରେସ ନେତା ପ୍ରକାଶ କର ମହାପାତ୍ର ବିଭାଗୀୟ ଚିଠିର ନକଲ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଦାନ କରି କାର୍ଯ୍ୟକ୍ରମର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି। ଦିବସ ପାଳନ ପାଇଁ ବିଭାଗ ପକ୍ଷରୁ ପ୍ରତି ବ୍ଳକକୁ ୮୦ହଜାର ଟଙ୍କା ଆସିଥିବା ବେଳେ ପଞ୍ଚାୟତ ମାନଙ୍କ ପାଇଁ ୫ହଜାର ୫୦୦ଟଙ୍କା ଖର୍ଚ୍ଚ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ସରକାରଙ୍କର ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସଭା ସ୍ଥଳରେ ସିଧାସଳଖ ପ୍ରସାରଣ ଦେଖିବା ପାଇଁ ବ୍ୟବସ୍ଥା ସହିତ ଉପସ୍ଥିତ ଲୋକଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯିବା କଥା। ମାତ୍ର ବଡ଼ସାହି ବ୍ଳକରେ ଏହାର ବ୍ୟତିକ୍ରମ ହୋଇଥିବା ସେ କହିଛନ୍ତି। ମିଶନଶକ୍ତି ବୈଠକକୁ ଆସିଥିବା ମହିଳାଙ୍କୁ ନେଇ କାର୍ଯ୍ୟକ୍ରମ ହୋଇଥିବା ବେଳେ କାର୍ଯ୍ୟକ୍ରମର ଉଦେଶ୍ୟ ସାଧିତ ହୋଇନାହିଁ ବୋଲି ସେ କହିଛନ୍ତି। ବିଭିନ୍ନ ଯୋଜନାରେ ଅନିୟମିତତା ହେଉଥିବା ବେଳେ ଏବେ ଦିବସ ପାଳନର ଅର୍ଥ ସଠିକ୍‍ ବିନିଯୋଗ ନହେବା ଦୁର୍ଭାଗ୍ୟଜନକ। ଏହାର ଭିଜିଲାନ୍ସ ତଦନ୍ତ ହେଲେ ଷଡ଼ଯନ୍ତ୍ରକାରୀଙ୍କ ମୁଖା ଖୋଲିଯିବ ବୋଲି ସେ କହିଛନ୍ତି।

Hot this week

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

Related Articles

Popular Categories