www.samajalive.in
Monday, December 15, 2025
14.1 C
Bhubaneswar

ଦିଲ୍ଲୀରେ ହେବ କୃତ୍ରିମ ବର୍ଷା: ଏହା କେତେ ଲାଭଦାୟକ ହେବ

ନୂଆଦିଲ୍ଲୀ: ଥଣ୍ଡା ବଢିବା ସହ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଛି । ଆଜି ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ୨୯୨ରହିଛି ଏବଂ ଦିଲ୍ଲୀର ଅନେକ ଅଞ୍ଚଳରେ ଏକ୍ୟୁଆଇ ୪୦୦ରୁ ୫୦୦ ମଧ୍ୟରେ ରେକର୍ଡ କରାଯାଇଛି । ତେଣୁ ବର୍ଦ୍ଧିତ ବାୟୁ ପ୍ରଦୂଷଣ ଏବଂ ବିଷାକ୍ତ ବାୟୁର ପ୍ରତିକ୍ରିୟାରେ ସରକାର ରାଜଧାନୀରେ କୃତ୍ରିମ ବର୍ଷା ଘୋଷଣା କରିଛନ୍ତି । ଯାହା ଆସନ୍ତା ୨୯ ତାରିଖରେ ହୋଇପାରେ ।

ଏହି ଉଦ୍ଦେଶ୍ୟରେ ବୁରାଡିରେ ଏକ କ୍ଲାଉଡ ସିଡିଂ ପରୀକ୍ଷଣ କରାଯାଇଥିଲା । ଯାହା ସଫଳ ହୋଇଛି । ଭାରତୀୟ ପାଣିପାଗ ବିଭାଗ ଆସନ୍ତା ୨୮, ୨୯ ଓ ୩୦ତାରିଖରେ ଦିଲ୍ଲୀର ଆକାଶ ମେଘୁଆ ରହିବ ବୋଲି ଆକଳନ କରିଛି । ଯାହା ଯୋଗୁଁ ଦିଲ୍ଲୀ ସରକାର ୨୯ତାରିଖରେ କୃତ୍ରିମ ବର୍ଷା କରାଇବାକୁ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଳୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏନେଇ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରି କୃତ୍ରିମ ବର୍ଷା କରିବାକୁ ଘୋଷଣା କରିଛନ୍ତି ।

- Advertisement -

କୃତ୍ରିମ ବର୍ଷାକୁ କ୍ଲାଉଡ ସିଡିଂ କୁହାଯାଏ । ବୈଜ୍ଞାନିକ ପଦ୍ଧତି ବ୍ୟବହାର କରି କୃତ୍ରିମ ବର୍ଷା କିମ୍ବା ତୁଷାରପାତ କରାଯାଏ । କ୍ଲାଉଡ୍‌ ସିଡିଂ ପ୍ରକ୍ରିୟାରେ, ସିଲଭର ଆୟୋଡାଇଡ୍‌, ପୋଟାସିୟମ୍‌ କ୍ଲୋରାଇଡ ଏବଂ ସୋଡିୟମ୍‌ କ୍ଲୋରାଇଡ୍‌ ଭଳି ରାସାୟନିକ ପଦାର୍ଥ ମିଶ୍ରଣ କରି ବିହନ ତିଆରି କରାଯାଏ, ଯାହା ପରେ ବିମାନରୁ ମେଘାଚ୍ଛନ୍ନ ମେଘ ଉପରେ ସ୍ପ୍ରେ କରାଯାଏ । ଏହି ବିହନଗୁଡିକ ମେଘରେ ଥିବା ପାଣିକୁ ବରଫରେ ପରିଣତ କରନ୍ତି, ଯାହା ଏକାଠି ଲାଗି ରହିଥାଏ ଏବଂ ଭୂମିରେ ପଡି ଫାଟି ପାଣି ହୁଏ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories