www.samajalive.in
Monday, December 15, 2025
15.1 C
Bhubaneswar

ଓଡିଶା-ଛତିଶଗଡ ଜମି ବିବାଦ ଘଟଣା – ସୀମାନ୍ତରେ ଲାଗିଲା ଓଡିଆ ଫଳକ

ଖଡିଆଳ: ଓଡିଶା-ଛତିଶଗଡ ସୀମାନ୍ତ ନୂଆପଡ଼ା ଜିଲା ସିନାପାଲି ବ୍ଲକ ଅନ୍ତର୍ଗତ ନୂଆମାଲପଡା ଜମି ବିବାଦର ଅନ୍ତ ଘଟିଛି। ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ବିବାଦୀୟ ଜମିକୁ ନିଜ ଦଖଲକୁ ନେଇଛନ୍ତି। ଫଳକ ଲଗାଇ ଜମି ଭିତରକୁ ଅନୁପ୍ରବେଶ ଦଣ୍ଡନୀୟ ଅପରାଧ ବୋଲି ଚେତାବନୀ ଦେଇଛନ୍ତି। ଓଡିଶା ସରକାରଙ୍କ ଏଭଳି ପଦକ୍ଷେପକୁ ନୂଆମାଲପଡା ଗ୍ରାମବାସୀ ଖୁବ ପ୍ରଶଂସା କରିଛନ୍ତି। ଦୀର୍ଘ ୧୦ ମାସର ବିବାଦ ପରେ ଓଡିଶା ସରକାର ଛତିଶଗଡ ସରକାରକଙ୍କୁ ଜବାବ ଦେଇଛନ୍ତି। ନୂଆପଡା ଜିଲା ସିନାପାଲି ବ୍ଲକ ମାଓପ୍ରବଣ ଅଞ୍ଚଳରେ ଥିବା ସୀମାରେ ୩୦ ଏକରରୁ ଉର୍ଦ୍ଧ ଜମିକୁ କବଜା କରି ଛତିଶଗଡ ସରକାର ତାଙ୍କ ରାଜ୍ୟର ଗରିଆବନ୍ଧ ଜିଲା ବୁରଜାବାହାଲ ଗାଁର ୧୨ଜଣ ଚାଷୀଙ୍କୁ ବଣ୍ଟନ କରିଥିଲେ। ହେଲେ ସେହି ଚାଷ ଜମିକୁ ନୂଆମାଲପଡା ଗାଁର ଚାଷୀମାନେ ବର୍ଷାନୁକ୍ରମେ ପିଢି ପିଢି ଚାଷ କରି ଆସୁଥିଲେ। ଘଟଣା ପ୍ରଘଟ ହେବାପରେ ନୂଆମାଲପଡା ଗାଁର ଚାଷୀମାନେ ପ୍ରଥମେ ସିନାପାଲି ବ୍ଲକ ଅଧ୍ୟକ୍ଷା ତପସ୍ୱନୀ ମାଝୀ ଏବଂ ପରେ ସିନାପାଲି ତହସିଲଦାରଙ୍କ ଦ୍ୱାରସ୍ତ ହୋଇଥିଲେ। ସେତେବେଳେ ଘଟଣାଟି ବିବାଦୀୟ ମୋଡ ନେଇଥିଲା। ଉଭୟ ରାଜ୍ୟର ପ୍ରଶାସନିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ମାପଚୁପ କରିଥିଲେ ବି କୌଣସି ସମାଧାନର ବାଟ ବାହାରି ନଥିଲା। ନୂଆପଡା ଜିଲାପାଳ ଡ.ପୋମା ଟୁଡୁ ଏବଂ ଦକ୍ଷିଣାଞ୍ଚଳ ଆରତିସି ଟିଆଙ୍ଗା ରାଓ ଏଥିରେ ହସ୍ତକ୍ଷେପ କରିଥିଲେ। ସୀମାକୁ ଯାଇ ଚାଷ କରୁଥିବା ଚାଷୀଙ୍କ ଉପସ୍ଥିତିରେ ସରଜମିନ ତଦନ୍ତ କରି ବିବାଦୀୟ ଚାଷଜମି ଓଡିଶା ସରକାରଙ୍କ ବୋଲି ସ୍ପଷ୍ଟ କରିଥିଲେ। ହେଲେ ଛତିଶଗଡ ସରକାର ଏହାକୁ ମାନିନଥିଲେ। ସେହି ଦିନଠାରୁ ପ୍ରାୟ ୧୦ ମାସ ହେବ ଉଭୟ ରାଜ୍ୟର ଚାଷୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହି ବିବାଦୀୟ ଜମିକୁ ନିଜର କହି ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଲୁହାରେ ନିର୍ମିତ ନାମ ଫଳକ ଲଗାଇ ଏହି ଜମି ଭିତରକୁ ଅନୁପ୍ରବେଶ କରିବା ଦଣ୍ଡନୀୟ ଅପରାଧ ବୋଲି ଚେତାବନୀ ଦେଇଛନ୍ତି। ତେବେ ଛତିଶଗଡ ସରକାର ଏହାପରେ କି ପଦକ୍ଷେପ ନେଉଛନ୍ତି ତାହା ଉପରେ ଦେଖିବାକୁ ବାକି ରହିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories