mission shakti banner

ନୱାଜଙ୍କୁ ଜେଲରେ ସାକ୍ଷାତ କଲେ ଶାହଵାଜ, ଭାରତ-ପାକ ବିବାଦ କଥା କହିଲେ

BSKY banner  750×100
0

ନୂଆଦିଲ୍ଲୀ: ପାକିସ୍ତାନର ବିରୋଧୀ ଦଳ ନେତା ତଥା ପିଏମଏଲ-ଏନ ମୂଖ୍ୟ ଶାହଵାଜ ସରିଫ ତାଙ୍କ ବଡ ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଜେଲରେ ସାକ୍ଷାତ କରି ଭାରତ-ପାକ ରାଜନୈତିକ ବିବାଦ ସମ୍ପର୍କରେ ଅବଗତ କରାଇଛନ୍ତି। ନୱାଜ ସରିଫ ଏକ ଭ୍ରଷ୍ଟାଚାର ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଏବେ ଲାହୋର ସ୍ଥିତ ଲଖପତ ଜେଲରେ ଦଣ୍ଡ ଭୋଗୁଛନ୍ତି। ତାଙ୍କୁ ୭ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ପାକ ଗଣମାଧ୍ୟମ ଅନୁଯାୟୀ ଶନିବାର (ମାର୍ଚ୍ଚ ୨) ହୋଇଥିବା ସାକ୍ଷାତ କାଳରେ ଶାହଵାଜ ଭାରତ-ପାକ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଓ ଅନ୍ୟାନ୍ୟ ରାଜନୈତିକ ପରିସ୍ଥିତି ବିଷୟରେ ଆଲୋଚନା କରିଛନ୍ତି। ସରିଫ ପରିବାର ବିରୁଦ୍ଧରେ ଚାଲିଥିବା ଅଦାଲତୀ ମାମଲା ଉପରେ ମଧ୍ୟ ସେମାନେ ଆଲୋଚନା କରିଥିବା କେତେକ ପାକିସ୍ତାନୀ ସମ୍ବାଦ ପତ୍ର ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ ଯେ ନୱାଜ ସରିଫ ଲାହୋର ସ୍ଥିତ ଜିନ୍ନା ହସ୍ପିଟାଲରେ ୧୦ଦିନ ଚିକିତ୍ସା ହେବା ପରେ ଗତ ସପ୍ତାହରେ ଜେଲକୁ ଫେରିଛନ୍ତି।

Leave A Reply