www.samajalive.in
Monday, December 15, 2025
14.1 C
Bhubaneswar

ମନ୍‍ କି ବାତ୍‍ ଏବେ ପୁସ୍ତକରେ: ଉନ୍ମୋଚନ କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ‘ମନ୍‍ କି ବାତ୍‍ – ରେଡ଼ିଓରେ ଏକ ସାମାଜିକ ବିପ୍ଲବ’ ଶୀର୍ଷକ ପୁସ୍ତକକୁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‍ଲୀ ନୂଆଦିଲ୍ଲୀରେ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକ ୫୦ଟି ମନ୍‍ କି ବାତ୍‍ କାର୍ଯ୍ୟକ୍ରମର ଏକ ସଂକଳନ। ଏହି ଅବସରରେ ଶ୍ରୀ ଜେଟ୍‍ଲୀ କହିଛନ୍ତି, ଲୋକମାନଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରିବାର କ୍ଷମତା ଅଳ୍ପ କିଛି ରାଜନୈତିକ ନେତାଙ୍କର ରହିଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବସାଧାରଣଙ୍କ ସହ ଯୋଗାଯୋଗ ପାଇଁ ରେଡ଼ିଓ ଏକ ଫଳପ୍ରଦ ମାଧ୍ୟମ ବୋଲି ଜାଣିଥିଲେ। ଜାତିର ଜନକ ମହାତ୍ମାଗାନ୍ଧୀ ମଧ୍ୟ ଅତି ସରଳ ଭାଷାରେ ଲୋକମାନଙ୍କ ସହ ଯୋଗାଯୋଗ କରୁଥିଲେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଯେତେବେଳେ କୌଣସି ସ୍ଥାନକୁ ଯାତ୍ରା କରୁଥିଲେ ରେଡ଼ିଓ ସମ୍ବାଦ ଶୁଣିବା ପାଇଁ ସର୍ବଦା ସାଙ୍ଗରେ ଏକ ଟ୍ରାଞ୍ଜିଷ୍ଟର ରେଡ଼ିଓ ନେଇ ଯାଉଥିଲେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories