www.samajalive.in
Sunday, December 7, 2025
18.1 C
Bhubaneswar

ହସ୍ତରେ ଲାଲ ରଙ୍ଗର ସୂତା ପିନ୍ଧିବାର ଧାର୍ମିକ ଓ ବୈଜ୍ଞାନିକ କାରଣ

ମନ୍ଦିର ହେଉ ଅଥବା ଗୃହରେ ପୂଜାର୍ଚ୍ଚନା କରିବା ପରେ ଲାଲ ରଙ୍ଗର ସୂତାକୁ ମନ୍ତ୍ର ଦ୍ୱାରା ଅଭିମନ୍ତ୍ରିତ କରାଯାଇ ଏହାକୁ ସମସ୍ତ ହାତରେ ବନ୍ଧା ଯାଏ। ପୂଜାରେ ବ୍ୟବହୃତ ଏହି ସୂତାର ରଙ୍ଗ ସାଧାରଣତଃ ହଳଦିଆ, ଲାଲ, ନାରଙ୍ଗୀ ଆଦି ରଙ୍ଗର ହୋଇଥାଏ। ଏପରି କରିବାର ଉଭୟ ଧାର୍ମିକ ଓ ବୈଜ୍ଞାନିକ କାରଣ ରହିଛି। ଯାହା ସଭିଏଁ ହୁଏତ ଜାଣି ନଥିବେ। ଜାଣନ୍ତୁ କ’ଣ ରହିଛି ଏହାର କାରଣ….
ପୂଜାରେ ଅଭିମନ୍ତ୍ରିତ ହୋଇଥିବା ଲାଲ ରଙ୍ଗର ସୂତାକୁ ହାତରେ ବାନ୍ଧିବା ଦ୍ୱାରା ବହୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି। ଏହାର ଧାର୍ମିକ କାରଣ….
ଏହା ରକ୍ଷା ସୂତ୍ର ଭଳି କାର୍ଯ୍ୟ କରିଥାଏ।
ଜୀବନରେ ଆସିବାକୁ ଥିବା ସମସ୍ତ ପ୍ରକାରର ସଙ୍କଟ ତଥା ବାଧାବିଘ୍ନରୁ ଏହା ରକ୍ଷା କରିଥାଏ।
ଏହାକୁ ହସ୍ତରେ ପିନ୍ଧିବା ଦ୍ୱାରା ତ୍ରିଦେବ; ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ କୃପା ସର୍ବଦା ପ୍ରାପ୍ତି ହୋଇଥାଏ।
ଏହାକୁ ହାତରେ ପିନ୍ଧିବା ଦ୍ୱାରା ସକରାତ୍ମକ ଶକ୍ତି ଆସିଥାଏ।
ବୈଜ୍ଞାନିକ କାରଣ….
ଯେଉଁ ସ୍ଥାନରେ ହସ୍ତରେ ଏହି ଲାଲ ସୂତା ବନ୍ଧା ଯାଏ, ସେହି ସ୍ଥାନରୁ ଶରୀରକୁ ବହୁ ପ୍ରମୁଖ ଅଙ୍ଗ ନିକଟକୁ ପର୍ଯ୍ୟନ୍ତ ଶିରାପ୍ରଶିରା ସଂଯୁକ୍ତ ହୋଇଥାଏ। ଏପରି ହେବା ଦ୍ୱାରା ସୂଚାରୁ ରୂପେ ରକ୍ତ ସଞ୍ଚାଳନ ହୋଇଥାଏ। ଶରୀରରେ ଆବଶ୍ୟକ ପରିମାଣରେ ଶକ୍ତି ଉତ୍ପନ ହୋଇଥାଏ।
ଏହା ଶିରାପ୍ରଶିରାକୁ ସଠିକ ଶକ୍ତ ରଖିଥାଏ। ଶରୀରର ସମସ୍ତ ସ୍ଥାନକୁ ରକ୍ତ ସଞ୍ଚାଳନ ଠିକ ଭାବେ ହୋଇଥାଏ। ରକ୍ତଚାପ, ହୃଦ ଜନିତ ସମସ୍ୟା, ମଧୁମେହ ଭଳି ରୋଗକୁ ଶରୀର ଠାରୁ ଦୂରରେ ରଖେ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories