ଆବଶ୍ୟକ ସାମଗ୍ରୀ
ଖଜୁରୀ – ୮ ରୁ ୧୦ଟି
ବାଦାମ – ୧୦ ରୁ ୧୨ଟି
କିସମିସ – ୨ ଚାମଚ
କାଜୁ – ୪ ରୁ ୬ଟି
ପିସ୍ତା – ୪ ରୁ ୬ଟି
କଦଳୀ – ୨ଟି
ପାଣି – ୧ କପରୁ ସାମାନ୍ୟ କମ
କ୍ଷୀର – ୨କପ
ଚକୋଲେଟ ପାଉଡ଼ର – ୨ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ କଡ଼େଇରେ ପାଣି ଗରମ କରନ୍ତୁ। ପାଣି ଗରମ ହେବା ପରେ ଏହାକୁ ଏକ ପାତ୍ରକୁ କାଢି ଏଥିରେ କାଜୁ , ପିସ୍ତା, ବାଦାମ, କିସମିସ, ଖଜୁରୀ ପକାଇ ୧୦ ରୁ ୧୨ ମିନିଟ ବତୁରାଇ ରଖନ୍ତୁ। ୧୦ ରୁ ୧୨ ମିନିଟ ପରେ ପାଣିରୁ ଛାଣି ଏହି ସମସ୍ତ ଡ଼୍ରାଏ ଫ୍ରୁଟ୍ସକୁ କାଢି ରଖନ୍ତୁ। ଏବେ ସମସ୍ତ ଡ୍ରାଏ ଫ୍ରୁଟ୍ସ, କ୍ଷୀର, ଅଳ୍ପ ପାଣି, ଅଳ୍ପ ଚିନି, କଦଳୀ, ଚକୋଲେଟ ପାଉଡ଼ର ପକାଇ ଭଲ ଭାବେ ପେଷି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଡ୍ରାଏ ଫ୍ରୁଟ୍ସ ମିଲ୍କ ସେକ। ଏବେ ଏହାକୁ ଏକ ଗ୍ଲାସକୁ କାଢି ପିଅନ୍ତୁ ଓ ମଜା ନିଅନ୍ତୁ।
ଡ୍ରାଏ ଫ୍ରୁଟ୍ସ ମିଲ୍କ ସେକ
Popular Categories



