www.samajalive.in
Sunday, December 14, 2025
17.1 C
Bhubaneswar

ଦୁର୍ଗା ପୂଜା ପାଇଁ ସମ୍ବଲପୁରରେ ଟ୍ରାଫିକ କଟକଣା

ସମ୍ବଲପୁର: ସମ୍ବଲପୁର ସହରରେ ଦୁର୍ଗା ପୂଜା ଉତ୍ସବ ନିମନ୍ତେ ପୁଲିସ ପକ୍ଷରୁ ଭିଡକୁ ନିୟନ୍ତ୍ରଣ କରିବା ଲାଗି ଟ୍ରାଫିକ କଟକଣା ଲାଗୁ କରାଯାଇଛି । ସମ୍ବଲପୁର ଟ୍ରାଫିକ ଡିଏସପିଙ୍କ ସୂଚନା ଅନୁଯାୟୀ, ଅପରାହ୍ନ ୪ଟା ପରେ ସହରାଞ୍ଚଳ ମଧ୍ୟକୁ କୌଣସି ଭାରିଯାନ ପ୍ରବେଶ କରିବ ନାହିଁ କିମ୍ବା କୌଣସି ପୂଜା ମଣ୍ଡପ ନିକଟରେ ପାର୍କିଂ ମଧ୍ୟ ହେବ ନାହିଁ । ମଧ୍ୟମ ଧରଣର ମାଲବାହୀ ଯାନଗୁଡିକୁ କେବଳ ଗୋଲବଜାରକୁ ଯିବା ଲାଗି ରାତ୍ରି ୧ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଦୁର୍ଗାପାଲି, ରିଂ ରୋଡ ଓ ବାଲିବନ୍ଧା ଦେଇ ଯାତାୟାତ ପାଇଁ ଅନୁମତି ଦିଆଯାଇଛି । ରାତ୍ରିକାଳୀନ ବସଗୁଡିକ ସମ୍ବଲପୁର ଟାଉନ ଓ ଧନୁପାଲି ଛକ ଦେଇ ଯିବା ପରିବର୍ତ୍ତେ ଚୌଧୁରୀ ଛକରୁ ମାନେଶ୍ୱର ଛକ ଦେଇ ଯାତାୟାତ କରିବେ। କଟକ ପଟରୁ ଆସୁଥିବା ଗାଡିଗୁଡିକୁ ଧନୁପାଲି ଛକ ପର୍ଯ୍ୟନ୍ତ ଛଡାଯିବ ନାହିଁ ଏବଂ ଗାଡିଗୁଡିକୁ ନକ୍ସପାଲି ଫ୍ଲାଏଓଭର ବ୍ରିଜ ଦେଇ ଚୌଧୁରୀ ଛକ ପଟକୁ ଛଡାଯିବ। ସୋନପୁର ଓ ଧମା ପଟରୁ ଆସୁଥିବା ଯାନବାହନଗୁଡିକ ଗୁଣ୍ଡେରପୁର ଛକ ଦେଇ ମାନେଶ୍ୱର ଛକ ଏବଂ ନକ୍ସାପାଲି ଫ୍ଲାଏଓଭର ବ୍ରିଜ ଦେଇ ଯାତାୟାତ କରିବେ। ଝାରସୁଗୁଡା ଓ ବରଗଡ ପଟରୁ ଆସୁଥିବା ଗାଡିମୋଟର ବୁଢ଼ାରଜା ଓ ଫାଟକ ମୁଖ୍ୟ ରାସ୍ତାରେ ଆସିବା ବନ୍ଦ କରାଯାଇଛି। ସେହିଭଳି ବରଗଡ ଓ ଝାରସୁଗୁଡା ପଟରୁ ଆସୁଥିବା ହାଲୁକା ଯାନଗୁଡିକ କଟକ ଯିବା ପାଇଁ ଚୌଧୁରୀ ଛକ, ପୁଟିବନ୍ଧ ଛକ, ଭାଟି ରାସ୍ତା, ମହାବୀର ଛକ ଦେଇ ମାନେଶ୍ୱର ଛକ ଦେଇ ଯିବାର ବ୍ୟବସ୍ଥା କରାଯାଇଛି ।

ସେହିଭଳି ସହର ମଧ୍ୟରେ ଟ୍ରାଫିକ ନିୟନ୍ତ୍ରଣ ସକାଶେ ଗୋଲବଜାର, ପୀରବାବା ଛକ, ମ୍ୟୁନିସିପାଲିଟି ଛକ, ସାନ ସଡକ ଓ ବଡ ସଡକ ଆଦି ରାସ୍ତାଗୁଡିକରେ ଯାନାବାହନ ଚଳାଚଳକୁ ବନ୍ଦ କରାଯାଇଛି । ସେହିପରି ରସ୍ତଲିଆ ଛକ, କୁଞ୍ଜେଲପଡା ଛକ, ବାଲିବନ୍ଧା, ସାନ ସଡକ ଓ ବଡ ସଡକ ଅଞ୍ଚଳରେ କେବଳ ଦୁଇ ଚକିଆ ଯାନ ଯାତାୟତ ପାଇଁ ଅନୁମତି ଦିଆଯାଇଛି। ହାଲୁକା ଯାନବାହନଗୁଡିକ ରାଜା ବଗିଚା, କମଳିବଜାର, ଚେରୁଆପଡାରୁ କମଳି ବଜାର ଦେଇ ଗୋଟିଏ ପଟରୁ ଯାଇ ପାରିବେ, କିନ୍ତୁ ସେହି ରାସ୍ତା ଦେଇ ଫେରି ପାରିବେ ନାହିଁ । କଚେରୀ ଛକରୁ ଗୋଲବଜାର ପଟକୁ କୌଣସି ଯାନାବାହନ ଯିବନାହିଁ । ଜିଏମ କଲେଜ ଛକରୁ ଲକ୍ଷ୍ମୀ ଟକିଜ ଛକ ଓ ଗୋଲବଜାର ପର୍ଯ୍ୟନ୍ତ ଯାନାବାହନ ଚଳାଚଳ କରିବ ନାହିଁ । ରାତ୍ରି ଅଧରେ ଦୁର୍ଗାପାଲି, ରିଂ ରୋଡ ଦେଇ କ୍ଷେତରାଜପୁରକୁ ଯାଇଥିବା ଯାନବାହାନଗୁଡିକ ରେମେଡ ପଟରୁ ସହର ବାହାରକୁ ବାହାରି ପାରିବେ ।

- Advertisement -

୨ ତାରିଖ ରାବଣ ପୋଡି ଉତ୍ସବ ସମୟରେ ଦୁର୍ଗାପାଲି ପଟରୁ ଏବଂ ନେଲସନ ମଣ୍ଡେଲା ଛକ ପଟରୁ କୌଣସି ଯାନବାହନ ରିଂ ରୋଡକୁ ଟ୍ରାଫିକ ଓ ଭିଡ ନିୟନ୍ତ୍ରଣ ସକାଶେ ଛଡାଯିବ ନାହିଁ । ସେହିଭଳି ଧନୁପାଲି ଓ ଗୋବିନ୍ଦତୋଲା ଦୁର୍ଗା ମଣ୍ଡପ ଗୁଡିକରେ ହେଉଥିବା ପ୍ରବଳ ଭିଡକୁ ନିୟନ୍ତ୍ରଣ କରିବା ସକାଶେ ଗୋବିନ୍ଦତୋଲା ବ୍ରିଜ ପାଖରୁ ଗୋବିନ୍ଦତୋଲା ପଟକୁ କୌଣସି ଯାନାବାହନ ଛଡା ଯିବ ନାହିଁ । ଆସୁଥିବା ଶ୍ରଦ୍ଧାଳୁମାନଙ୍କର ଯାନବାହାନ ଗୁଡିକୁ ଗୋବିନ୍ଦତୋଲା ବ୍ରିଜରୁ ଚାରଭାଟି ଛକ ମଧ୍ୟରେ ରହିଥିବା ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ କରିବାକୁ ସୁଯୋଗ ଦିଆଯିବ । ପୁଟିବନ୍ଧ ଛକରୁ କୌଣସି ଯାନବାହନ ଧନୁପାଲି ଛକକୁ ଛଡା ଯିବ ନାହିଁ । ସିନ୍ଦୁରପଙ୍କ, ପୁଟିବନ୍ଧ ଆଦି ଅଞ୍ଚଳରୁ ଆସୁଥିବା ଯାନବାହାନ ପୁଟିବନ୍ଧ ଛକରୁ ଗୋବିନ୍ଦତୋଲା ବ୍ରିଜ ପର୍ଯ୍ୟନ୍ତ ଆସିଥିବା ରାସ୍ତାରେ ଯାତାୟାତ କରିପାରିବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories