www.samajalive.in
Sunday, December 14, 2025
17.1 C
Bhubaneswar

ଷ୍ଟାଲିନ ସରକାର ବିରୋଧରେ ଜେନ୍‌- ଜେଡ ଆନ୍ଦୋଳନ ପାଇଁ ଉସୁକାଇଥିଲେ ଟିଭିକେ ନେତା

ସମାଜ ଡିଜିଟାଲ ଡେସ୍କ: ନେପାଳ ପରି ତାମିଲନାଡୁରେ ରାଜ୍ୟ ସରକାରଙ୍କ ବିରୋଧରେ ଜେନ୍‌-ଜେଡ ଭଳି ଆନ୍ଦୋଳନ କରିବାକୁ ଯୁବପିଢ଼ିଙ୍କୁ ଉସୁକାଉଥିଲେ ଟିଭିକେ ନେତା। ତାମିଲ ଅଭିନେତା ବିଜୟଙ୍କ ଦଳ ଟିଭିକେର ଜଣେ ନେତା ଅଧବ ଅର୍ଜୁନ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନେପାଳ ପରି ତାମିଲନାଡୁରେ ସରକାର ବିରୋଧରେ ଜେନ-ଜେଡ ଆନ୍ଦୋଳନ କରିବାକୁ ଯୁବପିଢ଼ିଙ୍କୁ ଆହ୍ବାନ କରିଥିଲେ। କିନ୍ତୁ ପରେ ତାହାକୁ ସେ ହଟାଇ ଦେଇଥିଲେ। ହେଲେ ଏ ନେଇ ପୁଲିସ ପକ୍ଷରୁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଡିଲିଟ କରିଦିଆଯାଇଥିବା ପୋଷ୍ଟରେ ଅର୍ଜୁନ ଲେଖିଥିଲେ, ରାଜ୍ୟରେ ଆଇନଶୃଙ୍ଖଳା ଫେରାଇ ଆଣିବାର କେବଳ ଏକମାତ୍ର ବାଟ ହେଉଛି ଯୁବ ଆନ୍ଦୋଳନ। ଶ୍ରୀଲଙ୍କା ଏବଂ ନେପାଳରେ ନିକଟରେ ହୋଇଥିବା ଜେନ-ଜେଡ ଆନ୍ଦୋଳନ ପରି ଏଠାରେ ବି ଏକ ଆନ୍ଦୋଳନ ହେବା ଜରୁରୀ।

- Advertisement -

ତେବେ ଏହି ପୋଷ୍ଟକୁ ଡିଏମକେ ପକ୍ଷରୁ ନିନ୍ଦା କରାଯାଇଥିଲା। ଏହା ଭାରତର ସର୍ବଭୌମତ୍ଵ ଏବଂ ସଂହତି ପ୍ରତି ବିପଦ ବୋଲି କୁହାଯାଇଥିଲା। ପରବର୍ତ୍ତୀ ସମୟରେ ଅର୍ଜୁନ ଉକ୍ତ ପୋଷ୍ଟକୁ ହଟାଇ ଦେଇଥିଲେ। ଡିଏମକେର ସାଧାରଣ ସମ୍ପାଦକ ଏ. ରାଜା କହିଛନ୍ତି, ଅଧବ ଅର୍ଜୁନ ଏକ୍ସ’ରେ ପୋଷ୍ଟ କରି ନେପାଳ ଭଳି ତାମିଲନାଡୁରେ ଆନ୍ଦୋଳନ କରିବା କଥା କହୁଛନ୍ତି। କିନ୍ତୁ ଆମ ରାଜ୍ୟରେ ଅଭିବୃଦ୍ଧି ହାର ଦେଶର ହାରାହାରି ଅବିଭୃଦ୍ଧି ତୁଳନାରେ ଭଲ ରହିଛି। ତାମିଲନାଡୁ ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories