www.samajalive.in
Monday, December 15, 2025
14.1 C
Bhubaneswar

ନିଶା ଦ୍ରବ୍ୟ ସହିତ ଜଣେ ଗିରଫ

ସମ୍ବଲପୁର: ସମ୍ବଲପୁରର ଚାରଭାଟି ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ ସମୟରେ ଜଣେ ଯୁବକଙ୍କୁ ବେଆଇନ ନିଶା କଫ ସିରପ ବିକ୍ରି ଅଭିଯୋଗରେ ଗିରଫ କରାଯାଇଛି। ବେଆଇନ ଭାବରେ ନିଶା ଦ୍ରବ୍ୟ ବିକ୍ରି କରୁଥିବା ଖବର ପାଇ ଅବକାରୀ ଦଳ ଚାରଭାଟି ଅଞ୍ଚଳରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ବେଆଇନ ଭାବରେ ନିଶା କଫ ସିରପ ବିକ୍ରି ଅଭିଯୋଗରେ ମଣ୍ଟୁ ଓରାମ(୩୫) ନାମକ ଯୁବକଙ୍କ ଧରାଯାଇଥିଲା। ଯୁବକଙ୍କ ନିକଟରୁ ୧୨୦ ବୋତଲ ନିଶା କଫ ସହିତ ନଗଦ ୧୫ ହଜାର ୨ ଶହ ଟଙ୍କା ଜବତ ହୋଇଥିଲା। ଏଣୁ ଏକ ମାମଲା ରୁଜୁ କରି ଅବକାରୀ ବିଭାଗ ମଣ୍ଟୁଙ୍କୁ ଅଦାଲତକୁ ଚାଲାଣ କରିଛି ବୋଲି କହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories