www.samajalive.in
Saturday, December 6, 2025
16.1 C
Bhubaneswar

ଦୁଇଟି ପିକ୍ଅପ ଭ୍ୟାନ ଜବତ: ୧୯ ଗୋରୁ ଉଦ୍ଧାର, ଡ୍ରାଇଭର ଅଟକ

ଠାକୁରମୁଣ୍ଡା : ଠାକୁରମୁଣ୍ଡା ଥାନା ପୁଲିସ୍‌ କୁ ବଡ ସଫଳତା ମିଳିଛି। ଦୁଇଟି ପିକଅପ୍ ଭ୍ୟାନ୍ ଜବତ କରିବା ସହ ୧୯ ଗୋରୁ ଉଦ୍ଧାର ହୋଇଛନ୍ତି।  ସେଥିରୁ ଗୋଟିଏ ଗାଇର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲା  ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ ଠାକୁରମୁଣ୍ଡା ଥାନା ଅଧିକାରିଣୀ ସାବିତ୍ରୀ ଦଳେଇ ଏବଂ ଅନ୍ୟ ପୁଲିସ୍‌ କର୍ମଚାରୀ ମାନେ ଶୁକ୍ରବାର ବିଳମ୍ବିତ ରାତିରେ ପେଟ୍ରୋଲିଂ କରୁଥିଲେ। ପେଟ୍ରୋଲିଂ ସମୟରେ ଠାକୁରମୁଣ୍ଡା – କରଞ୍ଜିଆ ରାସ୍ତା ର କେନ୍ଦୁଜିଆଣି ନିକଟରେ ଠାକୁରମୁଣ୍ଡା ପଟୁ ଆସୁଥିବା ଦୁଇଟି ପିକଅପ ଭ୍ୟାନ କୁ ଅଟକାଇଥିଲେ। ସେଥିରେ ଗୋଟିଏ ଭ୍ୟାନ ରେ ୧୧ ଟି ଓ ଅନ୍ୟଟିରେ ୯ ଟି ଗୋରୁ ଥିବାର ଦେଖି ଭ୍ୟାନ ଦୁଇଟିକୁ ଜବତ କରି ଥାନାକୁ ଆଣିଥିଲେ। କିନ୍ତୁ ଗୋଟିଏ ଭ୍ୟାନ ରେ ବୋଝେଇ ହୋଇ ଯାଉଥିବା ୯ ଟି ଗୋରୁଙ୍କ ମଧ୍ୟରୁ ଗୋଟିଏ ଗୋରୁ ମୃତ ଥିବାର ଜଣା ପଡିଥିଲା। ଘଟଣାସ୍ଥଳରେ ପୁଲିସ୍‌ ଦେଖି ଗୋଟିଏ ଭ୍ୟାନ ର ଡ୍ରାଇଭର ଖସି ପଳାଇ ଯାଇଥିବା ବେଳେ ଅନ୍ୟ ଜଣକୁ ପୁଲିସ୍‌ ଅଟକ ରଖିଛି। ଏହି ଘଟଣା ରେ ଠାକୁରମୁଣ୍ଡା ଥାନା  ପୁଲିସ୍‌ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି।

 

- Advertisement -

 

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories