www.samajalive.in
Friday, December 5, 2025
23.1 C
Bhubaneswar

ଗର୍ଭବତୀଙ୍କ ହାତ ଗୋଡ ବାନ୍ଧି ଲୁଟିନେଲେ

ସୋର : ବାଲେଶ୍ଵର ଜିଲ୍ଲା ସୋର ଥାନା ଟେଣ୍ଟେଇ ବିରିପଡା ଗାଁରେ ଦୁର୍ବୁତ୍ତମାନେ ଗର୍ଭବତୀ ମହିଳାଙ୍କ ହାତ ଗୋଡ ବାନ୍ଧି ସୁନା ଅଳଙ୍କାର ଓ ଟଙ୍କା ଲୁଟି ନେଇଛନ୍ତି । ସୂଚନା ମୁତାବକ ବିରିପଡା ଗାଁର ଅହଲ୍ୟା ନାୟକଙ୍କ ଘର କାମ ଚାଲୁଥିବାରୁ ସେ ପରିବାର ସହ ଏକ ଅସ୍ଥାୟୀ ଘରେ ରହୁଥିଲେ। ଶୁକ୍ରବାର ରାତିରେ କିଛି ଦୁର୍ବୁତ୍ତ ପଲିଥିନ୍ ଚିରି ଅହଲ୍ୟାଙ୍କ ଘରେ ପଶିଥିଲେ। ଏବଂ ଅହଲ୍ୟାଙ୍କ ଗର୍ଭବତୀ ଝିଅ ରଶ୍ମିତାଙ୍କୁ ଦୁର୍ବ୍ୟବହାର କରିବା ସହ ପରିବାରର ୩ ଜଣଙ୍କ ହାତ ଗୋଡ ବାନ୍ଧି ଦେଇଥିଲେ। ଘରେ ଥିବା ନଗଦ ୧୪ ହଜାର ଟଙ୍କା ଏବଂ ୫୦ ହଜାରରୁ ଅଧିକ ଟଙ୍କାର ସୁନାଗହଣା ଲୁଟି ନେଇଥିଲେ। ଗୁରୁତର ରଶ୍ମିତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories