www.samajalive.in
Sunday, December 7, 2025
23.1 C
Bhubaneswar

ବରେଲୀ ହିଂସା: ମୌଲାନା ତକୀର ରାଜାଙ୍କୁ ଗିରଫ କଲା ପୁଲିସ

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶର ବରେଲୀରେ ‘ଆଇ ଲଭ୍‌ ମହମ୍ମଦ’ ପୋଷ୍ଟରକୁ ନେଇ ଘଟିଥିବା ହିଂସାର ମାଷ୍ଟର ମାଇଣ୍ଡ ମୌଲାନା ତକୀର ରାଜାଙ୍କୁ ଗିରଫ କରିଛି ପୁଲିସ। ତକୀରଙ୍କ ସମେତ ଅନ୍ୟ ୭ ଜଣଙ୍କୁ ବି ଗିରଫ କରାଯାଇଛି। ଗିରଫ ପରେ ତକୀରଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣାରେ ପୁଲିସ ୪୦ରୁ ଅଧିକ ଲୋକଙ୍କୁ ଗିରଫ କରିସାରିଛି। ଏହାବ୍ୟତୀତ ୨୦୦୦ ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବରେଲୀର ବିଭିନ୍ନ ଥାନାରେ ୧୧ରୁ ଅଧିକ ଏତଲା ରୁଜୁ ହୋଇଛି। ହିଂସାକାଣ୍ଡ​‌ରେ ୧୭ ଜଣ ପୁଲିସ କର୍ମୀ ଏବଂ ୪୦ରୁ ଅଧିକ  ଆନ୍ଦୋଳନକାରୀ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଆଇ ଲଭ ମହମ୍ମଦ ପୋଷ୍ଟରକୁ ନେଇ କାନପୁର ଏବଂ ବରେଲୀରେ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ମରାଯିବାରୁ ଏହାକୁ ବିରୋଧ କରି ତକୀର ରାଜା ଅନଶନ କରିବାକୁ ଧମକ ଦେଇଥିଲେ। ଏହା ପରେ ହଜାର ହଜାର ମୁସଲମାନ ତାଙ୍କୁ ସମର୍ଥନ କରି ତାଙ୍କ ଘର ନିକଟରେ ପହଞ୍ଚିଥିଲେ। ପରେ ସେମାନେ ଏକ ଶେଭାଯାତ୍ରା କରିଥିଲେ। ଏହି ଅବସରରେ ବିକ୍ଷୋଭକାରୀ ପୁଲିସ ଉପରକୁ ପଥର ମାଡ଼ କରିଥିଲେ। ଯାହାଫଳରେ ହିଂସା ସୃଷ୍ଟି ହୋଇଥିଲା ଏବଂ ପୁଲିସକୁ ଲାଠି ମାଡ଼ କରିବାକୁ ପଡ଼ିଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories