www.samajalive.in
Sunday, December 14, 2025
17.1 C
Bhubaneswar

ନବଜାତ ମୁହଁରେ ଫେବିକ୍ଵିକ୍ ମାରି ପଥର ତଳେ ପୋତିଦେଲେ

ନୂଆଦିଲ୍ଲୀ : ମାନବିକତାକୁ ଉଲଂଘନ କରିଗଲେ ମଣିଷ। ଯାହା ଶୁଣିଲେ ଆପଣଙ୍କ ଲୋମଟାଙ୍କରି ହୋଇଉଠିବ। ରାଜସ୍ଥାନ ଭିଲଓ୍ବାଡା ଜିଲ୍ଲା ବିଜୌଲିଆ ଉପଖଣ୍ଡର ଖେଡା ରୋଡ୍ ସ୍ଥିତ ସୀତାକୁଣ୍ଡ ଜଙ୍ଗଲରେ ଘଟିଥିବା ଘଟିଣା ଏବେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି। ୧୦-୧୨  ଦିନର କଅଁଳା ଶିଶୁର ମୁହଁରେ ଫେବିକ୍ଵିକ୍ ମାରି ପଥର ତଳେ ପୋତି ଦେଇଛନ୍ତି କିଛି ନୃଶଂସ ମଣିଷ।

ହେଲେ କଥାରେ ଅଛି ରଖେ ହରି ତ ମାରେ କିଏ । କିଛି ଗାଇ ଜଗାଳି ଗାଇ ଚରାଇବା ଲାଗି ଜଙ୍ଗଲକୁ ଯାଇଥିଲେ। ଏତିକି ବେଳେ ଜଙ୍ଗଲରେ କିଛି ଶଦ୍ଦ ଶୁଣି କାନେଇ କାନେଇ ଠିକଣା ଜାଗାକୁ ଯାଇ ପହଞ୍ଚିଥିଲେ। ଆଉ ତା ପରେ ଯାହା ଦେଖି , ତାହା ତାଙ୍କ ହୋସ୍‌ ଉଡାଇ ଦେଇଥିଲା। କେହି ଦୁର୍ବୁତ୍ତ ଏକ ୧୦-୧୨ ଦିନର ଶିଶୁର ମୁହଁରେ ଫେବିକ୍ଵିକ୍ ଲଗାଇ ପଥର ତଳେ ପୋତି ଦେଇଛନ୍ତି। ଏହାଦେଇ ଗାଇ ଚରାଳୀମାନେ ପାଖ ଗାଁ ଲୋକଙ୍କୁ ଡାକିବା ସହ ପୁଲିସ୍‌ କୁ ଖବର ଦେଇଥିଲେ। ଗ୍ରାମବାସୀ ଏବଂ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଶିଶୁଟିକୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ପୁଲିସ୍ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

- Advertisement -

 

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories