www.samajalive.in
Monday, December 8, 2025
13.1 C
Bhubaneswar

ଏହି ଫଳ ଖାଇବା ଦ୍ବାରା ପେଟ ଫୁଲିବା ପରି ସମସ୍ୟା ହୁଏ

ସର୍ବଦା କୁହାଯାଇଥାଏ ଯେ, ଫଳ ଖାଇବା ଦ୍ବାରା ବ୍ୟକ୍ତି ସୁସ୍ଥ ରହିଥାଆନ୍ତି। ଏଥିରେ ପ୍ରାକୃତିକ ପରିମାଣରେ ଶର୍କରା ଥାଏ ଓ ଶରୀରକୁ ଶକ୍ତି ଯୋଗାଇଥାଏ। କିନ୍ତୁ ସବୁ ଫଳ ଖାଇବା ଦ୍ବାରା ଶରୀର ପାଇଁ ଉତ୍ତମ ହୋଇ ନ ଥାଏ। ବେଳେବେଳେ ଦେଖା ଯାଇଥାଏ ଯେ, କିଛି ଫଳ ଖାଇବା ଦ୍ବାରା ପେଟ ଫୁଲିବା ପରି ସମସ୍ୟା ଦେଖା ଦେଇଥାଏ। କାରଣ ଫଳରେ ଫ୍ରୁକ୍ଟୋଜ ଓ ସାର୍ବିଟଲ ଥାଏ। ଏହା ପ୍ରାକୃତିକ ଶର୍କରା ଅଟେ। ଏହି ପୋଷକ ତତ୍ତ୍ବ ଶରୀରରେ ହଜମ ହେବାକୁ ଅଧିକ ସମୟ ନେଇଥାଏ। ତେଣୁ ବେଳେ ବେଳେ ଏହି କାରଣରୁ ଗ୍ୟାସ ଓ ପେଟ ଫୁଲିବା ପରି ସମସ୍ୟା ଦେଖଶ ଦେଇଥାଏ। ଆସନ୍ତୁ ଜାଣିବା କେଉଁ ଫଳ ଖାଇବା ଦ୍ବାରା ପେଟ ଫୁଲିବା ସମସ୍ୟା ହୋଇଥାଏ ..

ସେଓ :

- Advertisement -

ସେଓରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଛି। ତେଣୁ ଏହାକୁ ଖାଇବା ଦ୍ବାରା ପେଟ ଫୁଲିଥାଏ। ଏଥିରେ ଫ୍ରୁକ୍ଟୋଜ ରହିଛି। ତେଣୁ ଏହାକୁ ଖାଇବା ଦ୍ବାରା ହଜମ ହେବା ପାଇଁ ଅଧିକ ସମୟ ଲାଗିଥାଏ। ତେଣୁ ଗୋଟିଏ ଥର କେବଳ ଅଧା ସେଓ ଖାଇବା ଉଚିତ ଏବଂ ଧିରେ ଧିରେ ଚୋବାଇ ଖାଆନ୍ତୁ। ଏପରି କରିବା ଦ୍ବାରା ସେଓ ହଜମ ହେବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିଯାଏ।

ଅଙ୍ଗୁର :

ଅଙ୍ଗୁରରେ ଶର୍କରା ରହିଛି। ଏହା ପେଟରେ ସଠିକ ଭାବେ ହଜମ ହୋଇପାରେ ନାହିଁ। ଏହି କାରଣରୁ ବଦହଜମୀ ଓ ଗ୍ୟାସ ପରି ସମସ୍ୟା ଦେଖା ଦେଇଥାଏ। ଏବଂ ପେଟ ଫୁଲିବା ପରି ସମସ୍ୟା ଦେଖା ଦେଇଥାଏ।

ଆମ୍ବ :

ଆମ୍ବ ଖାଇବାକୁ ସ୍ବାଦିଷ୍ଟ ଲାଗେ। ଏହାକୁ ସେବନ କରିବା ଦ୍ବାରା ପେଟ ଫୁଲିଥାଏ। ଆମ୍ବରେ ଥିବ ଶର୍କରା ଶୀଘ୍ର ହଜମ ହୋଇପାରେ ନାହିଁ। ଏହି କାରଣରୁ ଗ୍ୟାସ ପରି ସମସ୍ୟା ଦେଖା ଦେଇଥାଏ। ତେଣୁ ସୀମିତ ମାତ୍ରାରେ ଆମ୍ବ ଖାଆନ୍ତୁ।

ଏପ୍ରିକୋଟସ୍‌ :

ଏପ୍ରିକୋଟସ୍‌ରେ ଫାଇବର ଓ ଶର୍କରାର ମାତ୍ରା ରହିଥାଏ। ଏହାକୁ ଖାଇବା ଦ୍ବାରା ଶରୀରରେ ହଜମ ପାଇଁ ଅଧିକ ସମୟ ଲାଗେ। ଏହା ଦ୍ବାରା ପେଟରେ ଗ୍ୟାସ ହେବା ସହ ବେଳେବେଳେ ବାନ୍ତି ପରି ସମସ୍ୟା ଦେଖା ଦେଇଥାଏ। ପେଟ ଫୁଲି ଅସ୍ତବ୍ୟସ୍ତ ଲାଗେ।

 

 

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories