www.samajalive.in
Monday, December 15, 2025
15.1 C
Bhubaneswar

ମାଓ ସଂଗଠନ ପକ୍ଷରୁ ଅସ୍ତ୍ରବିରତି ଘୋଷଣା; ଶାନ୍ତି ଆଲୋଚନା ପାଇଁ ଆହ୍ୱାନ

ସମାଜ ଡିଜିଟାଲ ଡେସ୍କ: ଅସ୍ତ୍ରବିରତି ଘୋଷଣା କରିଛନ୍ତି ମାଓ ସଂଗଠନ । ସୁରକ୍ଷାକର୍ମୀଙ୍କ ମାରାଥନ ମାଓ ଦମନ ଅପରେସନ ପରେ ଶେଷରେ ନରମିଛି ମାଓ ସଂଗଠନ । ଅନ୍ୟ କୌଣସି ଉପାୟ ନପାଇ ଅସ୍ତ୍ରବିରତି ଘୋଷଣା କରିଥିବା ମାଓ ସଂଗଠନ ମୁଖପାତ୍ର ଅଭୟ ସୂଚନା ଦେଇଛନ୍ତି । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି । ଅସ୍ତ୍ର ତ୍ୟାଗ କରିବା ପାଇଁ ୧ ମାସ ସମୟ ମାଗିଛି ନକ୍ସଲବାହିନୀ । ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ଏକ ଘୋଷଣାରେ ଅସ୍ତ୍ର ତ୍ୟାଗ ଓ ଆତ୍ମସମର୍ପଣ କରିବା ପ୍ରସ୍ତୁତ ବୋଲି କୁହାଯାଇଛି । ନକ୍ସଲମାନେ ଏହି ପ୍ରକ୍ରିୟାକୁ ଔପଚାରିକ ରୂପ ଦେବା ପାଇଁ ଏକ ମାସର ସମୟ ମାଗିଛନ୍ତି । ୨୦୨୬ ସୁଦ୍ଧା ଦେଶରୁ ସମ୍ପୂର୍ଣ୍ଣ ନକ୍ସଲ ଦମନ ପାଇଁ ଡେଡଲାଇନ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମାଓବାଦୀଙ୍କ ଯୁଦ୍ଧ ବିରତି ଘୋଷଣା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଦୃଷ୍ଟିରୁ ଏକ ବଡ ଉପଲବ୍ଧି ବୋଲି କୁହାଯିବ ।

ସୁରକ୍ଷାକର୍ମୀଙ୍କୁ ମାସେ ଯାଏ ଅପରେସନ ବିରାମ ପାଇଁ ନିବେଦନ କରାଯାଇଛି । ଛତିଶଗଡ ସରକାରଙ୍କୁ ଆସିଥିବା ମାଓବାଦୀଙ୍କ ଶାନ୍ତି ଚିଠିରେ ପ୍ରଥମ ଥର ଏଭଳି ଭାବେ ଶାନ୍ତି ବାର୍ତ୍ତା ରଖିଛନ୍ତି ମାଓବାଦୀ । ଚିଠିରେ କିଛି ଇ-ମେଲ୍‍ ଆଇଡ଼ି ରହିଛି । ଗଲା କିଛି ମାସରେ ମାଓ ଦମନ ଅଭିଯାନରେ ଟପ୍‍ ମାଓ କମାଣ୍ଡର ମାନେ ନିହତ ହେବା ପରେ ମାଓ ସଂଗଠନ ଶେଷରେ ମୁଣ୍ଡ ନୁଆଁଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories