Patra electronics

ପ୍ରଧାନମନ୍ତ୍ରୀ ପ୍ରଦାନ କଲେ ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬, ୨୦୧୭ ଏବଂ ୨୦୧୮ ବର୍ଷ ପାଇଁ ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ ସେ ନବୀକରଣ, ବିଜ୍ଞାନ ଓ ବୈଷୟିକ ଜ୍ଞାନ ସହ ଲୋକମାନଙ୍କୁ ଯୋଡିବା ପ୍ରତି ଗୁରୁତ୍ୱାରୋପ କରିଛନ୍ତି। ବିଜ୍ଞାନ ଓ ବୈଷୟିକ ଜ୍ଞାନ ଉପରେ ବିଭିନ୍ନ କ୍ଷେତ୍ରରେ ଏହି ପୁରସ୍କାର ଦିଆଯାଇଛି। ଶାନ୍ତିସ୍ୱରୂପ ଭଟ୍ଟନାଗର ପୁରସ୍କାର ପ୍ରଦାନ କରିସାରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଜ୍ଞାନ ପ୍ରତିଷ୍ଠାନଗୁଡିକ ନିଜକୁ ବିକଶିତ କରିବା ଉଚିତ। ଶାନ୍ତିସ୍ୱରୂପ ଭଟ୍ଟନାଗର ପୁରସ୍କାର ଯୁବ ବୈଜ୍ଞାନିକ ଓ ଇଞ୍ଜିନିୟର ମାନଙ୍କୁ ସେମାନଙ୍କର ଗବେଷଣା ଓ କାର୍ଯ୍ୟ ପାଇଁ ଦିଆଯାଇଥାଏ। ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ଶାନ୍ତିସ୍ୱରୂପ ଭଟ୍ଟନାଗରଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ସ୍ୱରୂପ ୧୯୫୭ମସିହାରେ ଏହି ପୁରସ୍କାର ସ୍ଥାପନ କରାଯାଇଥିଲା।

Leave A Reply