www.samajalive.in
Monday, December 15, 2025
14.1 C
Bhubaneswar

ଟ୍ରାଙ୍କୁଲାଇଜ କରି କାବୁ ହେଲା ମାଙ୍କଡ଼

ଆଠଗଡ: ଲୋକଙ୍କୁ ଗୋଡାଇ ହଇରାଣ, ହରକତ ଓ ଆକ୍ରମଣ କରୁଥିବା ଏକ ମାଙ୍କଡକୁ ବନ ବିଭାଗ ଟ୍ରାଙ୍କୁଲାଇଜ କରି କାବୁ କରିଛି। ଆଠଗଡ ବ୍ଲକର ରାଧାଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଷୋଳଘରିଆ ଗ୍ରାମରେ ଏକ ହନୁମାଙ୍କଡ କିଛି ଦିନ ଧରି ଉତ୍ପାତ କରୁଥିଲା। ପିଲାମାନେ ବିଦ୍ୟାଳୟ ଯିବା ତଥା ସାଧାରଣ ଲୋକ ଦୈନନ୍ଦିନ କାର୍ଯ୍ୟ ବେଳେ ଲୋକଙ୍କୁ ହଇରାଣ କରୁଥିବା ତଥା ଖାଦ୍ୟ ଛଡାଇବା ସହ ଆକ୍ରମଣ ମଧ୍ଯ କରୁଥିଲା। ଉକ୍ତ ମାମାଙ୍କଡକୁ ନେଇ ଗ୍ରାମବାସୀ ବିଶେଷକରି ମହିଳା ଓ ଶିଶୁ ଭୟଭୀତ ହେଉଥିଲେ।  ଏ ବିଷୟରେ ଗ୍ରାମବାସୀ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଉପଜିଲ୍ଲାପାଳଙ୍କୁ ଅଭିଯୋଗ ପରେ ବନ ବିଭାଗ ତତ୍ପରତା ପ୍ରକାଶ କରିଥିଲା। ସଦର ବନପାଳ ଆଶିଷ ନାୟକ, ବନରକ୍ଷୀ ପ୍ରିୟମ୍ବଦା ମହାନ୍ତି ଏବଂ ଢେଙ୍କାନାଳରୁ ଆସିଥିବା ବନବିଭାଗର ସ୍ଵତନ୍ତ୍ର ଦଳ ଘଟଣାସ୍ଥଳରେ ପହଞ୍ଚିବା ପରେ ମାଙ୍କଡକୁ ଧରିବାକୁ ଉଦ୍ୟମ କରି ସଫଳ ହୋଇଥିଲେ। ମାଙ୍କଡଟିକୁ ଟ୍ରାଙ୍କୁଲାଇଜ(ନିଶା ଇଂଜେକ୍ସନ) କରାଯାଇ କାବୁ କରାଯିବା ପରେ ବଡମ୍ବା ଅଞ୍ଚଳର ଘଞ୍ଚ ଜଙ୍ଗଲରେ ଛଡାଯାଇଥିବା ବନବିଭାଗ ସୂତ୍ରରୁ ପ୍ରକାଶ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories