ଓଡ଼ିଶାରେ ହାଇ ଆଲର୍ଟ

0

ଭୁବନେଶ୍ୱର : ପୁଲୱାମା ଆତ୍ମାଘାତୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତୀୟ ବାୟୁ ସେନା ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ବିସ୍ପୋରଣ କରି ପ୍ରତିଶୋଧ ନେଇଛି। ଏହି ଘଟଣା ପରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ହାଇ ଆଲର୍ଟ ଜାରି କରାଯାଇଛି। ସମସ୍ତ ଜିଲାର ଏସପିଙ୍କୁ ଆଲର୍ଟ ରହିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାରେ ବଡ ବଡ ପ୍ରତିଷ୍ଠାନର ସୁରକ୍ଷାକୁ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି।
ଓଡ଼ିଶାରେ ଥିବା ପ୍ରତିରକ୍ଷା ମନ୍ତ୍ରାଳୟର ଗୁରୁତ୍ୱପୁର୍ଣ୍ଣ ଏବଂ ସମ୍ବେଦନଶୀଳ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାର ଆଶଙ୍କା ରହିଛି। ଏହି ସ୍ଥାନ ଗୁଡିକ ମଧ୍ୟରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି, ଚାରି ବାଟିଆ ଗୋଇନ୍ଦା ବିମାନ ଅବତରଣ କେନ୍ଦ୍ର, ସୁନାବେଢା ବିମାନ ଇଞ୍ଜିନ କାରଖାନା ଏବଂ ସଇଁତଳା ଗୋଳାବାରୁଦ କାରଖାନା ପ୍ରମୁଖ ରହିଛି।

kalyan agarbati
Leave A Reply