www.samajalive.in
Sunday, December 14, 2025
17.1 C
Bhubaneswar

୭ ହଜାର ଟଙ୍କାରୁ କମ୍‌ ଦାମ୍‌ରେ ଲଞ୍ଚ ହେଲା iPhone 16 Pro ଭଳି ଦେଖାଯାଉଥିବା ଏହି ଫୋନ୍‌ ; ଫିଚର ବି ଜବରଦସ୍ତ

ନୂଆଦିଲ୍ଲୀ : ଦେଶୀ ବ୍ରାଣ୍ଡ୍‌ ଲାଭା ଆଣିଛି ଆଉ ଏକ ଶସ୍ତା ଓ ୫ଜି ଫୋନ୍‌ । ଲାଭାର ଏହି ଫୋନ୍‌ ଦେଖିବାକୁ ଆଇଫୋନ୍‌ ୧୬ ପ୍ରୋ ଭଳି । ଏହି ଫୋନ୍‌କୁ କମ୍ପାନୀ ୭୦୦୦ ହଜାରରୁ ମଧ୍ୟ କମ୍‌ ଦାମ୍‌ରେ ଲଞ୍ଚ କରିଛି । ଲାଭା ବୋଲ୍ଡ ଆଣ୍ଡ୍‌ ସିରିଜ୍‌ର ଏହି ପ୍ରଥମ ୫ଜି ଫୋନ୍‌ରେ ୫୦୦୦ ଏମଏଏଚ ଦମ୍‌ଦାର୍‌ ବ୍ୟାଟେରୀ ସମେତ ଅନେକ ଜବରଦସ୍ତ ଫିଚର ମଧ୍ୟ ରହିଛି । ଏହାସହ କମ୍ପାନୀ ଫୋନ୍‌ ପାଇଁ ଘରୋଇ ସେବା ମଧ୍ୟ ଅଫର୍‌ ରଖିଛି ।

ଲାଭାର ଏହି ଫୋନ୍‌ ବଜେଟ୍‌କୁ ସୁହାଇବା ଭଳି ୨ଟି ଭାରିଆଣ୍ଟରେ ଆସୁଛି । ୪ଜିବି ର‌୍ୟାମ୍‌+୬୪ଜିବି ଓ ୪ଜିବି ର‌୍ୟାମ୍‌ + ୧୨୮ ଜିବି । ଏହାର ଆରମ୍ଭ ଦାମ୍‌ ୭,୪୯୯ ଟଙ୍କା । ଏହାର ଟପ୍‌ ଭାରିଆଣ୍ଟ ୭,୯୯୯ ଟଙ୍କା । କମ୍ପାନୀ ଏହି ଫୋନ୍‌କୁ କିଣିବା ସମୟରେ ୭୫୦ ଟଙ୍କା ବ୍ୟାଙ୍କ ରିହାତି ମଧ୍ୟ ଅଫର୍‌ କରୁଛି । ଫଳରେ ଏହି ଫୋନ୍‌ ୬,୭୪୯ ଟଙ୍କା ଆରମ୍ଭ ଦାମ୍‌ରେ କିଣି ପାରିବେ। ଏହି ଫୋନ୍‌ ୨ଟି ରଙ୍ଗରେ ଉପଲବ୍ଧ । କ୍ୟାପେନ୍‌ ଗୋଲ୍ଡ ଓ ରୟାଲ ବ୍ଲୁ ।

୩୦ ବର୍ଷ ପରେ ଶନିଙ୍କ ସିଧା ଚଳନ.. ଏହି ରାଶିଙ୍କ ପାଇଁ ଆସୁଛି ବଡ ଖୁସି ଚାକିରି ଠାରୁୁ ଧନ, ବିବାହ ସବୁଥିରେ ମିଳିବ ବଡ ସଫଳତା, କିଣିବେ ଘର, ଜମି..

- Advertisement -

ଏହି ଶସ୍ତା ଫୋନ୍‌ ୬.୭୫ ଇଞ୍ଚର ବଡ ଡିସ୍‌ପ୍ଲେ ସହ ଆସୁଛି । ଫୋନ୍ ଡିସ୍‌ପ୍ଲେ ଏଚଡି+ରେଜଲୁଶନ ଓ ୯୦ ଏଚଜେଡ୍‌ ରିଫ୍ରେସ୍‌ ରେଟ୍‌ ଫିଚରର ମଧ୍ୟ ସପୋର୍ଟ କରିଥାଏ। ଫୋନ୍‌ରେ ୪ଜିବି ର‌୍ୟାମ୍‌ ସହ ୧୨୮ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍‌ ସପୋର୍ଟ ମିଳିବ ।

ଫୋନର ଆଭ୍ୟନ୍ତରୀଣ ଷ୍ଟୋରେଜକୁ ମାଇକ୍ରୋଏସଡି କାର୍ଡ ମାଧ୍ୟମରେ ୧ଟିବି ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ଏଥିରେ ଏକ Unisoc T765 ଅକ୍ଟାକୋର ୫ଜି ପ୍ରୋସେସର୍ ଅଛି।
ଏହି ଲାଭା ଫୋନଟି ଆଇପି୫୪ ରେଟିଂ ପ୍ରାପ୍ତ ଏବଂ ଏଥିରେ ୫୦୦୦ ଏମଏଏଚର ଶକ୍ତିଶାଳୀ ବ୍ୟାଟେରୀ ଅଛି। ଫୋନଟି ୧୦ ୱାଟ୍‌ ୟୁଏସବି ଟାଇପ୍ ସି ଚାର୍ଜିଂ ଫିଚର ସହିତ ଆସିଥାଏ। ଏହି ଫୋନରେ ୧୩ ଏମପି ଡୁଆଲ୍ କ୍ୟାମେରା ସେଟଅପ୍ ଅଛି। ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୫ ଏମପି କ୍ୟାମେରା ଉପଲବ୍ଧ ହେବ। ଏହି ଫୋନଟି ଆଣ୍ଡରଏଡ୍‌ ୧୫ ଅପରେଟିଂ ସିଷ୍ଟମରେ କାମ କରେ।

ଟ୍ରମ୍ପ ହେଲେ ‘ବିଫଳ’ ; କହିଲେ ମୋ ପାଇଁ ସବୁଠାରୁ କଠିନ ଚ୍ୟାଲେଞ୍ଜ

ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ..

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories