www.samajalive.in
Saturday, December 6, 2025
15.1 C
Bhubaneswar

ଲାଲ୍ କିଲ୍ଲା ପରିସରରୁ ୧ କୋଟି ଟଙ୍କାର କଳସ ଚୋରି

ନୂଆଦିଲ୍ଲୀ : ଦିଲ୍ଲୀ ସ୍ଥିତି ଲାଲ୍ କିଲ୍ଲା ପରିସରରେ ଗତ ମଙ୍ଗଳବାର ପ୍ରାୟ ଏକ କୋଟି ଟଙ୍କାର କଳସ ଚୋରି ହୋଇଯାଇଛି । କୁହାଯାଉଛି ଲାଲ୍ କିଲ୍ଲା ପରିସରରେ ଏକ ଧାର୍ମିକ ଅନୁଷ୍ଠାନ ଚାଲୁଥିଲା । ଏହି ସମୟ ମଧ୍ୟରେ କେହି ଦୁର୍ବୃତ୍ତ ୭୬୦ ଗ୍ରାମର ସୁନା ଓ ୧୫୦ ଗ୍ରାମର ହୀରା, ମାଣିକ୍ୟ, ଲାଗିଥିବା କଳସ ଚୋରି କରିନେଇଛି । ବର୍ତ୍ତମାନ ଘଟଣାର ଯାଞ୍ଚ କରୁଛି ପୁଲିସ ।

ସୂଚନା ଅନୁସାରେ ଜୈନ ଧର୍ମର ଅନୁଷ୍ଠାନ ଚାଲିଥିଲା । ଏହି ସମୟ ମଧ୍ୟରେ ଚୋର ସୁଯୋଗ ଦେଇ ପ୍ରାୟ ଏକ କୋଟି ଟଙ୍କାରୁ ଅଧିକ ଦାମର କଳସ ଚୋରି କରିନେଇଛି । ଦିଲ୍ଲୀ ପୁଲିସର କହିବାନୁସାରେ ଲାଲକିଲ୍ଲା ଗେଟ୍ ନମ୍ବର ୧୫ ନିକଟସ୍ଥ ପାର୍କରେ କାର୍ଯ୍ୟକ୍ରମ ଚାଲିଥିଲା । ଏହି ସମୟରେ କଳସ ଚୋରି ହୋଇଛି । ଲାଲ୍ କିଲ୍ଲା ଭିତରୁ କୌଣସି ଚୋରି ହୋଇନି ବରଂ ପାର୍କରୁ ଚୋରି ହୋଇଛି ବୋଲି ପୁଲିସ ସୂଚନା ଦେଇଛି । ସନ୍ଦିଗ୍ଧର ଗତିବିଧି ସିସିଟିଭି ଫୁଟେଜରେ କଏଦ ହୋଇଛି । ପୁଲିସ ଚିହ୍ନଟ କରିଛି ଏବଂ ଖୁବ୍ ଶୀଘ୍ର ସେ ଗିରଫ ହେବ ବୋଲି ପୁଲିସ ସୂଚନା ଦେଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories