ନୂଆଦିଲ୍ଲୀ : ଦେଶୀ ବ୍ରାଣ୍ଡ୍ ଲାଭା ଆଣିଛି ଆଉ ଏକ ଶସ୍ତା ଓ ୫ଜି ଫୋନ୍ । ଲାଭାର ଏହି ଫୋନ୍ ଦେଖିବାକୁ ଆଇଫୋନ୍ ୧୬ ପ୍ରୋ ଭଳି । ଏହି ଫୋନ୍କୁ କମ୍ପାନୀ ୭୦୦୦ ହଜାରରୁ ମଧ୍ୟ କମ୍ ଦାମ୍ରେ ଲଞ୍ଚ କରିଛି । ଲାଭା ବୋଲ୍ଡ ଆଣ୍ଡ୍ ସିରିଜ୍ର ଏହି ପ୍ରଥମ ୫ଜି ଫୋନ୍ରେ ୫୦୦୦ ଏମଏଏଚ ଦମ୍ଦାର୍ ବ୍ୟାଟେରୀ ସମେତ ଅନେକ ଜବରଦସ୍ତ ଫିଚର ମଧ୍ୟ ରହିଛି । ଏହାସହ କମ୍ପାନୀ ଫୋନ୍ ପାଇଁ ଘରୋଇ ସେବା ମଧ୍ୟ ଅଫର୍ ରଖିଛି ।
ଲାଭାର ଏହି ଫୋନ୍ ବଜେଟ୍କୁ ସୁହାଇବା ଭଳି ୨ଟି ଭାରିଆଣ୍ଟରେ ଆସୁଛି । ୪ଜିବି ର୍ୟାମ୍+୬୪ଜିବି ଓ ୪ଜିବି ର୍ୟାମ୍ + ୧୨୮ ଜିବି । ଏହାର ଆରମ୍ଭ ଦାମ୍ ୭,୪୯୯ ଟଙ୍କା । ଏହାର ଟପ୍ ଭାରିଆଣ୍ଟ ୭,୯୯୯ ଟଙ୍କା । କମ୍ପାନୀ ଏହି ଫୋନ୍କୁ କିଣିବା ସମୟରେ ୭୫୦ ଟଙ୍କା ବ୍ୟାଙ୍କ ରିହାତି ମଧ୍ୟ ଅଫର୍ କରୁଛି । ଫଳରେ ଏହି ଫୋନ୍ ୬,୭୪୯ ଟଙ୍କା ଆରମ୍ଭ ଦାମ୍ରେ କିଣି ପାରିବେ। ଏହି ଫୋନ୍ ୨ଟି ରଙ୍ଗରେ ଉପଲବ୍ଧ । କ୍ୟାପେନ୍ ଗୋଲ୍ଡ ଓ ରୟାଲ ବ୍ଲୁ ।
ଏହି ଶସ୍ତା ଫୋନ୍ ୬.୭୫ ଇଞ୍ଚର ବଡ ଡିସ୍ପ୍ଲେ ସହ ଆସୁଛି । ଫୋନ୍ ଡିସ୍ପ୍ଲେ ଏଚଡି+ରେଜଲୁଶନ ଓ ୯୦ ଏଚଜେଡ୍ ରିଫ୍ରେସ୍ ରେଟ୍ ଫିଚରର ମଧ୍ୟ ସପୋର୍ଟ କରିଥାଏ। ଫୋନ୍ରେ ୪ଜିବି ର୍ୟାମ୍ ସହ ୧୨୮ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍ ସପୋର୍ଟ ମିଳିବ ।
ଫୋନର ଆଭ୍ୟନ୍ତରୀଣ ଷ୍ଟୋରେଜକୁ ମାଇକ୍ରୋଏସଡି କାର୍ଡ ମାଧ୍ୟମରେ ୧ଟିବି ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ଏଥିରେ ଏକ Unisoc T765 ଅକ୍ଟାକୋର ୫ଜି ପ୍ରୋସେସର୍ ଅଛି।
ଏହି ଲାଭା ଫୋନଟି ଆଇପି୫୪ ରେଟିଂ ପ୍ରାପ୍ତ ଏବଂ ଏଥିରେ ୫୦୦୦ ଏମଏଏଚର ଶକ୍ତିଶାଳୀ ବ୍ୟାଟେରୀ ଅଛି। ଫୋନଟି ୧୦ ୱାଟ୍ ୟୁଏସବି ଟାଇପ୍ ସି ଚାର୍ଜିଂ ଫିଚର ସହିତ ଆସିଥାଏ। ଏହି ଫୋନରେ ୧୩ ଏମପି ଡୁଆଲ୍ କ୍ୟାମେରା ସେଟଅପ୍ ଅଛି। ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୫ ଏମପି କ୍ୟାମେରା ଉପଲବ୍ଧ ହେବ। ଏହି ଫୋନଟି ଆଣ୍ଡରଏଡ୍ ୧୫ ଅପରେଟିଂ ସିଷ୍ଟମରେ କାମ କରେ।
ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ..



