ଭୁବନେଶ୍ଵର : ଦକ୍ଷିଣପୂର୍ବ ଚୀନର ୟୁନାନ ରାଜ୍ୟର କୁନ୍ମିଙ୍ଗରେ ସେପ୍ଟେମ୍ବର ୪ରୁ ୮ ଯାଏ ଅନୁଷ୍ଠିତ ହେବାକୁ ଯାଉଛି ୨୦୨୫ ଗ୍ଲୋବାଲ ସାଉଥ୍ ମିଡ଼ିଆ ଓ ଥିଙ୍କ ଟ୍ୟାଙ୍କ ଫୋରମ୍ । ଫୋରମ୍ର ଉଦ୍ଘାଟନୀ ଉତ୍ସବରେ ‘ସଦର୍ଣ୍ଣ ମେସେଞ୍ଜର୍ସ’ ସାଂସ୍କୃତିକ ଭାବବିନିମୟ କାର୍ଯ୍ୟକ୍ରମ ରହିଛି । ଫୋରମରେ ସାଉଥ୍ ଓ ସାଉଥ୍ଇଷ୍ଟ ଏସିଆ ମିଡ଼ିଆ ନେଟୱାର୍କ ବାର୍ଷିକ ସମ୍ମିଳନୀ, ଷ୍ଟଡ଼ି ଟୁର୍ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବ ।
ଫୋରମ୍ରେ ୮୦ରୁ ଊର୍ଦ୍ଧ୍ବ ରାଷ୍ଟ୍ରର ୧୦୦ରୁ ସରକାରୀ ବିଭାଗ, ଥିଙ୍କ୍ ଟ୍ୟାଙ୍କସ, ଉଦ୍ୟୋଗୀ, ମିଡ଼ିଆ ସଙ୍ଗଠନର ୪୦୦ରୁ ଅଧିକ ପ୍ରତିନିଧ ଭାଗ ନେଉଛନ୍ତି । ଏଥିରେ ଯୋଗ ଦେବାପାଇଁ ନିମନ୍ତ୍ରିତ ହୋଇଥିବା ଭାରତୀୟ ପ୍ରତିନିଧିଙ୍କ ମଧ୍ୟରେ ରହିଛନ୍ତି ‘ପ୍ରତିଦିନ’ ଓ ‘ପ୍ରତିଦିନ ଟିଭି’ ପକ୍ଷରୁ ସୁଧୀର କୁମାର କୁମାର ପଣ୍ଡା । ସେପ୍ଟେମ୍ବର ୩ ସନ୍ଧ୍ୟାରେ ଶ୍ରୀ ପଣ୍ଡା ୭ଦିନିଆ ଚୀନ୍ ଯାତ୍ରା କରୁଛନ୍ତି ।



