www.samajalive.in
Sunday, December 14, 2025
17.1 C
Bhubaneswar

ଚନ୍ଦ୍ରଗ୍ରହଣ ପାଇଁ ଆଖଣ୍ଡଳମଣିଙ୍କ ମନ୍ଦିରରେ ନୀତିକାନ୍ତି ଚୂଡାନ୍ତ

ଆରଡି: ଆସନ୍ତା ରବିବାର ଇନ୍ଦୁ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ  ଚୂଡାନ୍ତ ହୋଇଛି ନୀତିକାନ୍ତି। ଏଥିପାଇଁ ମନ୍ଦିର ପ୍ରଶାସନ, ସେବାୟତ ଓ ପାଳିଆ ସେବାୟତଙ୍କ ପକ୍ଷରୁ ସ୍ଥିର ହୋଇଥିବା ନୀତିନୀର୍ଣ୍ଟ ଅନୁଯାୟୀ ଚନ୍ଦ୍ରଗ୍ରହଣ ଦିନ ସହଳ ନୀତିକାନ୍ତି କରାଯାଇ ପାକତ୍ୟାଗ ପୂର୍ବରୁ ଅର୍ଥାତ୍ ୧୨ଟା୩୦ମିନିଟ ସୁଧା ସମସ୍ତ ଦୈନନ୍ଦିନ ନୀତିକାନ୍ତି ସମ୍ପର୍ଣ୍ଣ କରାଯାଇ ମଧ୍ୟାହ୍ନ ୧ଟାରେ ବାବାଙ୍କର  ପହୁଡ଼ କରାଯିବ। ଏହି ସମୟ ଠାରୁ ଅର୍ଥାତ୍ ମଧ୍ୟାହ୍ନ ୧ଟା ଠାରୁ ବାବାଙ୍କ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଗ୍ରହଣ ସର୍ଵମୋକ୍ଷ ପରେ ଅର୍ଥାତ୍ ରାତି ୨ଟା ପରେ ମନ୍ଦିର ମାର୍ଜନା କରାଯାଇ ବାବାଙ୍କୁ ମହାସ୍ନାନ କରାଯାଇ ସର୍ବସାଧାରଣଙ୍କ ଦର୍ଶନ ପାଇଁ ସାହାଣମେଲା କରାଯିବ। ସ୍ଥିର ହୋଇଥିବା ନୀତିନୀର୍ଣ୍ଟ ଅନୁଯାୟୀ ରବିବାର ଭୋର ୪ଟାରେ ଦ୍ଵାର ଫିଟା ଯିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣ ଲାଗି ସରିବା ପରେ ବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲି ବାଲ୍ୟଭୋଗ ଲାଗି କରାଯିବ। ସକାଳ ୮ଟାରେ ପହଡଖିଆ ଅନ୍ନ ନୀତି, ୯ଟାରେ ଵଡନୀତିଭୋଗ, ୧୦ଟାରେ ଅବକାଶ ନୀତି, ୧୦/୩୦ରେ ବଡ଼ସିଂହାର ବେଶ, ୧୧ଟାରେ ସଂଧ୍ୟା ପୂଜା, ୧୨/୩୦ରେ ବାଟୁଳା ନୀତି ସମ୍ପନ୍ନ ହେବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories