www.samajalive.in
Monday, December 15, 2025
15.1 C
Bhubaneswar

ସମସ୍ତ ଲିଗ୍ ମ୍ୟାଚ୍ ଜିତି ଓଡ଼ିଶା ଗ୍ରୁପ୍ ଶୀର୍ଷରେ

କଟକ : ଗୋଆରେ ଚାଲିଥିବା ୧୯ ବର୍ଷରୁ କମ୍ ଆନ୍ତଃରାଜ୍ୟ ମହିଳା ଦିନିକିଆ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ତା’ର ୭ଟିଯାକ ଗ୍ରୁପ୍‌ ଲିଗ୍ ମ୍ୟାଚ୍ ଜିତିବାର କୃତିତ୍ବ ହାସଲ କରିଛି। ମଙ୍ଗଳବାର ମାଓଗାଓରେ ଖେଳା ଯାଇଥିବା ଏଲିଟ୍ ଗ୍ରୁପ୍‌ ‘ସି’ର ଅନ୍ତିମ ଲିଗ୍ ମ୍ୟାଚ୍‌ରେ ଆୟୋଜକ ଗୋଆକୁ ମାତ୍ର ୭ ରନ୍‌ରେ ଓଡ଼ିଶା ପରାସ୍ତ କରିଛି। ପୁନମ୍ ନାୟକ ଓ ସ୍ବିଟ୍ ବେଉରାଙ୍କ ଲଢ଼ୁଆ ଇନିଂସ ବଳରେ ଓଡ଼ିଶା ୪୪.୪ ଓଭରରେ ୧୧୪ ରନ୍‌କରି ଅଲ୍ଆଉଟ ହୋଇ ଯାଇଥିଲା। ୧୧୫ ରନ୍‌ ବିଜୟଲକ୍ଷ୍ୟର ପିଛା କରିଥିବା ଗୋଆ ଏକଦା ଭଲ ସ୍ଥିତିରେ ଥିବା ବେଳେ ପରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୪୧.୩ ଓଭରରେ ୧୦୭ ରନ୍‌କରି ଅଲ୍ଆଉଟ ହୋଇ ଯାଇଥିଲା ।
ଏହି ମ୍ୟାଚ୍ ପୂର୍ବରୁ ଉଭୟ ଓଡ଼ିଶା ଓ ଗୋଆ ସେମାନଙ୍କ ୬ଟିଯାକ ମ୍ୟାଚ୍ ଜିତି କ୍ବାର୍ଟରଫାଇନାଲ ଖେଳିବା ନିଶ୍ଚିତ କରି ସାରିଥିଲେ। ମଙ୍ଗଳବାର ଅନ୍ତିମ ମ୍ୟାଚ୍‌ ଜିତି ସର୍ବାଧିକ ୨୮ ପଏଣ୍ଟ ସହ ଓଡ଼ିଶା ପ୍ରଥମ ଏବଂ ୨୪ ପଏଣ୍ଟ ସହ ଗୋଆ ୨ୟ ସ୍ଥାନରେ ରହିଛନ୍ତି। ଆସନ୍ତା ମାସରେ ଡେରାଡୁନ୍‌ରେ ଓଡ଼ିଶା କ୍ବାର୍ଟରଫାଇନାଲ ମ୍ୟାଚ୍ ଖେଳିବ। ମଙ୍ଗଳବାର ମ୍ୟାଚ୍‌ରେ ଟସ୍ ଜିତି ଓଡ଼ିଶା ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। କାଜଲ ଜେନା ୧୮ ବଲ୍‌ରୁ ୧୩ ରନ୍‌କରି ଆଉଟ ହୋଇଥିଲେ। ପରେ ରଶ୍ମିତା ଚିହ୍ନାରା ଓ ପୁନମ୍ ନାୟକ ସ୍କୋର୍‌କୁ ୪୦ ରନ୍‌ରେ ପହଞ୍ଚାଇଥିଲେ। ରଶ୍ମିତା ୯ ରନ୍ କରିଥିଲେ। ଏହାସହ ଓଡ଼ିଶା ୩୪ ରନ୍‌ରେ ୫ଟି ୱିକେଟ ହରାଇଥିଲା। ଶୁଭ୍ରା ନିର୍ଝରିଣୀ ସ୍ବାଇଁ ୬, ବିଏଲ୍‌ଏସ୍ ବୈଷ୍ଣବୀ ୪ ଓ ଅଧିନାୟିକା ଇନ୍ଦ୍ରାଣୀ ଛତ୍ରିଆ ୩ ରନ୍‌କରି ଆଉଟ ହୋଇଥିଲେ। ପୁନମ୍ ନାୟକ ୩ଟି ଚୌକା ସହ ଧୈର୍ଯ୍ୟପୂର୍ଣ୍ଣ ୩୧ ରନ୍ କରିଥିଲେ। ୭ମ ୱିକେଟ ପାଇଁ ସ୍ବିଟ୍ ବେଉରା ଓ ତରାନ୍ନା ପ୍ରଧାନ ୩୮ ରନ୍ ଯୋଡ଼ିଥିଲେ। ତରନ୍ନା ୧୬ ରନ୍ କରିଥିବା ବେଳେ ସ୍ବିଟ୍ ୨୫ ରନ୍ କରିଥିଲେ। ଓଡ଼ିଶା ୨ ରନ୍‌ରେ ଶେଷ ୪ଟି ୱିକେଟ ହରାଇଥିଲା। ଗୋଆର ତେଜସ୍ବିନୀ ଦୂରାଗାଦ୍ ୪ଟି ଏବଂ ତନୟା ନାୟକ ଓ ଗାୱଡେ ଦୀକ୍ଷା ୨ଟି ଲେଖାଏଁ ୱିକେଟ ନେଇଥିଲେ। ଗୋଆ ୨ ୱିକେଟରେ ୬୭ ରନ୍ କରିଥିବା ବେଳେ ୪୦ ରନ୍‌ରେ ଶେଷ ୮ଟି ୱିକେଟ ହରାଇ ଅଲ୍ଆଉଟ ହୋଇ ଯାଇଥିଲା। ଗୋଆ ଅଧିନାୟିକା ତେଜସ୍ବିନୀ ଦୂରାଗାଦ୍ ୩୨, ଅମୋନକର ଦୀକ୍ଷା ୨୬, ପୂର୍ବଜା ଭର୍ଲେକର ୧୮ ରନ୍ କରିଥିଲେ। ଓଡ଼ିଶାର ପୁନମ୍ ନାୟକ ୩ଟି ଓ କଳ୍ପନା ନାୟକ ୨ଟି ୱିକେଟ ନେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories