ରାୟଗଡା : ରାୟଗଡା ଜିଲା ପୁରୁଣା ଗୁଣୁପୁର ଆଶ୍ରମ ସ୍କୁଲରେ ଗଣେଶ ପୂଜାରେ ଘଟିଛି ଅଘଟଣ । ପୂଜା ପାଇଁ ଆସିଥିବା ବେଳେ ଜଣେ ନାବାଳକ ଅଘଟଣର ଶିକାର ହୋଇଛନ୍ତି । ନାବାଳକ ଜଣକ ଛାତରୁ ଖସି ଲୁହା ଗ୍ରୀଲ୍ ଉପରେ ପଡି ପ୍ରାୟ ଏକ ଘଣ୍ଟା ଲଟକି ରହିଥିଲେ। ଖବର ପାଇ ଅଗ୍ନିଶମକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଛାତ୍ର ଜଣକୁ ଉଦ୍ଧାର କରିଥିଲେ । ଛାତ୍ର ଜଣକ ୩ୟ ଶ୍ରେଣୀରେ ପଢୁଥିବା ଜଣାପଡିଛି । ଲୁହା ଗ୍ରୀଲ୍ରେ ମୁନିଆ ଛଡ ଛାତ୍ରଙ୍କ ଜଙ୍ଘରେ ପଶି ରହିଥିଲା । ଉଦ୍ଧାର ପରେ ଛାତ୍ରଙ୍କ ଚିକିତ୍ସା ଜାରି ରହିଛି। ପୁଲିସ ତଦନ୍ତ କରୁଛି।
ଦୁଃଖଦ, ହୃଦୟବିଦାରକ.. ଏଥିପାଇଁ ୩ ବର୍ଷର ଶିଶୁପୁତ୍ରକୁ ହତ୍ୟା କରି ଆତ୍ମହତ୍ୟା କଲେ ପତି-ପତ୍ନୀ



