www.samajalive.in
Sunday, December 14, 2025
16.1 C
Bhubaneswar

୧୨ରେ ମୁକ୍ତିଲାଭ କରିବ ହିର ଏକ୍ସପ୍ରେସ

ମୁମ୍ବଇ : କେଶ କିଙ୍ଗ, ପେଟ ସଫା, ଡ. ଅର୍ଥୋ ଆଦି ଆୟୁର୍ବେଦିକ ଉତ୍ପାଦ ପ୍ରସ୍ତୁତ କରୁଥିବା ଦିବିଶା ହର୍ବାଲ୍ସର ପ୍ରତିଷ୍ଠାତା ଓ ଏସ୍‌ବିଏସ ବାୟୋଟେକ୍‌ ସିଇଓ ସଞ୍ଜୀବ ଜୁନେଜାଙ୍କ ଝିଅ ଦିବିତା ଜୁନେଜା ଅଭିନୀତ ପାରିବାରିକ ଫିଲ୍ମ ‘ହିର ଏକ୍ସପ୍ରେସ’ର ସେପ୍ଟେମ୍ବର ୧୨ ତାରିଖରେ ମୁକ୍ତିଲାଭ କରିବା ନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଟ୍ୟୁଲିପ୍ ଏଣ୍ଟରଟେନମେଣ୍ଟ ଏବଂ ଦିବ୍ୟା ଏଣ୍ଟରଟେନମେଣ୍ଟ ବ୍ୟାନରରେ ଚଳଚ୍ଚିତ୍ରଟି ମେରିଗୋରାଉଣ୍ଡ ଷ୍ଟୁଡିଓ ଏବଂ କ୍ରିଏଟିଭଷ୍ଟ୍ରୋକ୍ସ ଗ୍ରୁପ୍ ଦ୍ବାରା ମିଳିତ ଭାବରେ ନିର୍ମିତ ହୋଇଛି। ଜାତୀୟ ପୁରସ୍କାର ବିଜେତା ଉମେଶ ଶୁକ୍ଳା ନିର୍ଦେଶନା ଦେବା ସହିତ ଫିଲ୍ମର ପ୍ରଯୋଜକ ରହିଛନ୍ତି। ତାଙ୍କ ସହିତ ଆଶିଷ ୱାଘ, ମୋହିତ ଛାବ୍ରା ଏବଂ ସଞ୍ଜୟ ଗ୍ରୋଭର ମଧ୍ୟ ପ୍ରଯୋଜନା କରିଛନ୍ତି। ଏହି ଫିଲ୍ମରେ ଅଭିନେତ୍ରୀ ଦିବିତା ଜୁନେଜା ଏବଂ ପ୍ରୀତ୍‌ କମାନି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଆଶୁତୋଷ ରାଣା, ଗୁଲଶନ ଗ୍ରୋଭର, ସଞ୍ଜୟ ମିଶ୍ର ଏବଂ ମେଘନା ମଲିକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories