www.samajalive.in
Monday, December 15, 2025
24.1 C
Bhubaneswar

ମଜିଠିଆଙ୍କ ବିରୋଧରେ ୪୦ ହଜାର ପୃଷ୍ଠାର ଚାର୍ଜସିଟ

ଚଣ୍ଡିଗଡ଼: ଗିରଫ ହେବାର ୫୯ ଦିନ ପରେ ପଞ୍ଜାବ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଶନିବାର ଶିରୋମଣି ଅକାଳୀ ଦଳ ନେତା ବିକ୍ରମ ମଜିଠିଆଙ୍କ ବିରୋଧରେ ମୋହାଲିସ୍ଥିତ ଏକ ଅଦାଲତରେ ୪୦ ହଜାର ପୃଷ୍ଠାର ଚାର୍ଜସିଟ୍‌ (ଅଭିଯୋଗଫର୍ଦ୍ଦ) ଦାଖଲ କରାଯାଇଛି। ଏଥିରେ ମାଜିଥିଆଙ୍କ ୭୦୦ କୋଟି ଟଙ୍କାର ବେଆଇନ ସମ୍ପତ୍ତି, ୪୦୦ ବ୍ୟାଙ୍କ ଆକାଉଣ୍ଟର ବିବରଣୀ ଏବଂ ୨୦୦ ଜଣ ସାକ୍ଷୀଙ୍କ ବୟାନକୁ ଉଲ୍ଲେଖ କରାଯାଇଛି। ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ ଓ ଦିଲ୍ଲୀର ବିଭିନ୍ନ ବ୍ୟାଙ୍କରେ ମଜିଠିଆଙ୍କର ଆକାଉଣ୍ଟ ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ପଞ୍ଜାବ ପୁଲିସ ଜୁନ ୨୫ରେ ମଜିଠିଆଙ୍କୁ ତାଙ୍କର ଅମୃତସରସ୍ଥିତ ବାସଭବନରୁ ଗିରଫ କରିଥିଲା। ଜାମିନ ନାମଞ୍ଜୁର ହେବାପରେ ମଜିଠିଆଙ୍କୁ ବର୍ତ୍ତମାନ ପଟିଆଲା ଜେଲରେ ରଖାଯାଇଛି। ଅଗଷ୍ଟ ୧୪ରେ ସ୍ଥାନୀୟ ଅଦାଲତ ମଜିଠିଆଙ୍କ ହାଜତ ମିଆଦ ଚଳିତମାସ ୨୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ୫୪୦ କୋଟି ଟଙ୍କାର ଡ୍ରଗ୍‌ସ କାରବାର ମାମଲାରେ ମଜିଠିଆ ଗିରଫ ହୋଇଥିବା ପ୍ରକାଶ।

Hot this week

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

Related Articles

Popular Categories