www.samajalive.in
Monday, December 15, 2025
17.1 C
Bhubaneswar

ପାର୍ବଣରେ କମିବ ଶବ୍ଦ, ବାଜା-ବାଣ ଉପରେ କଟକଣା ଲଗାଇଲେ ହାଇକୋର୍ଟ

କଟକ : ପାର୍ବଣ ଲାଗି ସାଜସଜ୍ଜା ହେବ, କିନ୍ତୁ ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ବାଜା ଏବଂ ବାଣ ଉପରେ ସମ୍ପୂର୍ଣ କଟକଣା ରହିବ।  କଟକ ସହର ସମସ୍ୟା ସମ୍ପର୍କିତ ଜନସ୍ୱାର୍ଥ  ମାମଲାର ଶୁଣାଣି କରି ଆଜି ହାଇକୋର୍ଟ ଏଭଳି ନିର୍ଦେଶ ଦେଇଛନ୍ତି। ପୂଜାରେ ୬୫ ଡେସିବଲ ଅଧିକ ଶବ୍ଦ ଯେପରି ଉତ୍ପନ ନହେବ, ସେନେଇ ଉଭୟ କଟକ ଜିଲ୍ଲାପାଳ ଏବଂ ଡିସିପି ନଜର ରଖିବେ ବୋଲି କହିଛନ୍ତି ହାଇକୋର୍ଟ। କେବଳ ୪ଟି ସାଉଣ୍ଡ ବକ୍ସ ବ୍ୟବହାର ପାଇଁ ଅନୁମତି ମିଳିବ ଏବଂ ରାସ୍ତା ଉପରେ ତୋରଣ ନିର୍ମାଣ ଲାଗି ମନା କରାଯାଇଥିବା ବେଳେ ଇଲେକ୍ଟ୍ରିକ ଗେଟ ନିର୍ମାଣକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ତେବେ ପୂଜା ଲାଗି ଗେଟ ନିର୍ମାଣ ପାଇଁ ନିର୍ଦ୍ଧିଷ୍ଟ ସର୍ତ୍ତ ରହିବ। ଯାହା ଉପରେ ତୁରନ୍ତ ନିଷ୍ପତ୍ତି ନେଇ, ଆସନ୍ତା ରବିବାର ହେବାକୁ ଥିବା ଦଶହରା ପ୍ରସ୍ତୁତି ବୈଠକରେ କଟକ ଜିଲ୍ଲାପାଳ ଏନେଇ ସମସ୍ତ ପୂଜା କମିଟି ମାନଙ୍କୁ ଅବଗତ କରାଇବେ ବୋଲି ଆଜି  ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ତେବେ ଗଣେଶ ପୂଜା ଠାରୁ ବାଲିଯାତ୍ରା ଶେଷ ପର୍ଯ୍ୟନ୍ତ ଏହି ନିର୍ଦେଶ କାର୍ଯ୍ୟକାରୀ ହେବ। ଏହା ବାଦ ପ୍ରତି ପୂଜା ମଣ୍ଡପ ଅନୁମତି ପତ୍ର ନେବା ଆଗରୁ ମଣ୍ଡପର ଅଗ୍ନି ନିରାପତ୍ତା, ବିଦ୍ୟୁତ ନିରାପତ୍ତା ଏବଂ ହାଇକୋର୍ଟଙ୍କ ଦ୍ୱାରା ଜାରି ହୋଇଥିବା କଟକଣା ସଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ, ତାର ତଦାରଖ କରିବା ଲାଗି କଟକ ଡିସିପିଙ୍କୁ ଆଜି ନିର୍ଦେଶ ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories