www.samajalive.in
Monday, December 15, 2025
14.1 C
Bhubaneswar

ଜି.ଉଦୟଗିରି ଓ କଳିଙ୍ଗାରେ ୧୨ ଘଣ୍ଟିଆ ବନ୍ଦ ଡାକରା

ଜି.ଉଦୟଗିରି : ହିଂସ୍ର ଦନ୍ତାହାତୀକୁ ସ୍ଥାନାନ୍ତର ଓ ଅଞ୍ଚଳବାସୀଙ୍କ ଧନଜୀବନ ସୁରକ୍ଷା ଦାବିରେ କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଓ କଳିଙ୍ଗାଠାରେ ଅଞ୍ଚଳବାସୀଙ୍କ ପକ୍ଷରୁ ମଙ୍ଗଳବାର ଦିନ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ପୂର୍ବରୁ ଦନ୍ତା ହାତୀ ଉପଦ୍ରବ ବାବଦରେ ବାରମ୍ବାର ବନବିଭାଗ ଓ ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା ଏଯାବତ୍ ସୁରକ୍ଷା ନପାଇ ଭୟଭୀତ ଅବସ୍ଥାରେ ଜୀବନ ବିତାଉଛନ୍ତି ଅଞ୍ଚଳବାସୀ । ଶେଷରେ ଅତିଷ୍ଠ ହୋଇ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ଜି.ଉଦୟଗିରି ଓ କଳିଙ୍ଗା ଅଞ୍ଚଳବାସୀ । ଅଞ୍ଚଳବାସୀ ବନ୍ଦ ଡାକରା ଦେବା ଫଳରେ ବ୍ରହ୍ମପୁର, ଭୁବନେଶ୍ୱର, ଫୁଲବାଣୀ ମଧ୍ୟରେ ଯାନବାହାନ ଚଳାଚଳ ଠପ୍ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ଗୋଠ ଛଡ଼ା ଦନ୍ତା ହାତୀ ଆକ୍ରମଣରେ କଳିଙ୍ଗା ପଞ୍ଚାୟତର ମାଲାନାସୁଗା ଗ୍ରାମର ସାମନ୍ତ ଦିଗାଳ ଓ ଆଡାସିକୁପା ଗ୍ରାମ ପାଙ୍ଗାନାଜୁର ପ୍ରଶାନ୍ତ ନାୟକ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ରୁ ଉର୍ଦ୍ଧ୍ୱ ଗାଈଗୋରୁଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସେପଟେ ହାତୀ ଘଉଡ଼ାଇବାକୁ ନାକେଦମ ହୋଇ ସାରିଲାଣି  ବନ ବିଭାଗ ।ଏନେଇ ଆଜି ମଧ୍ୟାହ୍ନରେ ଏକ ରାଲି ହାଟପଦାଠାରୁ ବାହାରି ମାନ୍ୟବର ରାଜ୍ୟପାଳଙ୍କ ଉଦେଶ୍ୟରେ ତହସିଲଦାର ରଞ୍ଜନ କୁମାର ସାହୁ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ  ବିଡିଓ ଶରତ ଚନ୍ଦ୍ର ମଲିକଙ୍କୁ ୪ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରିଥିଲେ ।  ଖବର ପାଇ ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରତାପ କଟାପାଲି ଜି ଉଦୟଗିରି ବନାଞ୍ଚଳରେ ଉପସ୍ଥିତ ରହି ଘଟଣାର ସମୀକ୍ଷା କରୁଥିବା ଜଣାପଡିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories