ପାଟଣା : ପାଟଣା ବିଦ୍ୟୁତ ବିଭାଗର ଅବେହଳା ପାଇଁ ଖୋଲାରେ ପଡିଛି ବିଦ୍ୟୁତ ତାର। କେଉଁଠାରେ ବିଦ୍ୟୁତ ତାର ଓହଳି ହାତ ପାହାନ୍ତାରେ ଥିବାବେଳେ କେଉଁଠି ଖୁଣ୍ଟରୁ ଝୁଲି ତଳେ ପଡିଛି। ଏପରି ଦେଖିବାକୁ ମିଳିଛି ପାଟଣା ବ୍ଲକ ଅନ୍ତର୍ଗତ ମିରିଗିଖୋଜି ପଞ୍ଚାୟତ ଅସନବାହାଳି ଗ୍ରାମ ତଳ ସାହିରେ। ବିଦ୍ୟୁତ ତାର ଝୁଲିଥିବା ଇଲାକାରେ ହାତୀମାନଙ୍କ ଚଳପ୍ରଚଳ ହେଉଥିବାରୁ ଅଘଟଣ ଘଟିବା ଆଶଙ୍କା ରହିଛି । ବିଦ୍ୟୁତ ତାରକୁ ଲୋକେ ଏକାଠି କରି ଗଛରେ ବାନ୍ଧି ଦେଇଥିବାବେଳେ ଆଉ କିଛି ତାର ଆଜି ମଧ୍ୟ ତଳେ ପଡି ରହିଛି। ହାତୀ ଚଲା ପଥରେ ଚଳନ୍ତା ବିଦ୍ୟୁତ ତାର ପଡିଥିବା ଘଟଣା ସମ୍ପର୍କରେ ବିଦ୍ୟୁତ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ଏହି ତାର ଗୁଡିକୁ ବ୍ୟବସ୍ଥିତ କରାଯାଇନଥିବାରୁ ଏଠାରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି ଟାଟା ପାୱାର ଅଧିକାରୀ ତୁରନ୍ତ ପଦକ୍ଷେପ ନେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
Popular Categories



