www.samajalive.in
Saturday, December 6, 2025
14.1 C
Bhubaneswar

ଯୁବକଙ୍କୁ ପିଟି ପିଟି ହତ୍ୟା

ଅନୁଗୋଳ : ଅନୁଗୋଳ ଟାଉନ୍ ଥାନା ଅନ୍ତର୍ଗତ ରାଣିଗୋଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ତ୍ରିବେଣୀ ଛକ ନିକଟରେ ଜଣେ ବ୍ୟକ୍ତି ଙ୍କୁ ପିଟି ପିଟି ହତ୍ୟା କରିଥ‌ିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ରାଣିଗୋଡା ଗାଁର ସ୍ବର୍ଗତ ଶିବ ବିଶ୍ବାଳ ଙ୍କ ପୁଅ ବାପି ବିଶ୍ବାଳ ଗତ ଶନିବାର ଦିନ ୪ଟା ସମୟରେ ଗାଁ ର ତ୍ରିବେଣୀ ଛକ ନିକଟରେ ଥିବା ଏକ ଦୋକାନ କୁ ଯାଇଥିଲେ। ପୂର୍ବରୁ ରାଗ ରଖିଥିବା କିଛି ଯୁବକ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ସେଠାରୁ ଚାଲିଯାଇଥିଲେ । ବାପି ଗୁରୁତର ଅବସ୍ଥାରେ ସେଠାରେ ୩ଘଣ୍ଟା ପଡ଼ି ରହିଥିଲେ। ପରେ ଖବର ପାଇ ଟାଉନ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବାପିକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ, ପୁଲିସ୍ ତଦନ୍ତ ଜାରି ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories