www.samajalive.in
Saturday, December 6, 2025
15.1 C
Bhubaneswar

ଶିକ୍ଷକଙ୍କ ମଦ କାରବାର ନିଶା, ଦ୍ବିତୀୟ ଥର ଗିରଫ

ବ୍ରହ୍ମପୁର: ଦେଶୀ ମଦ କାରବାର କରି ପୁଣି ଗିରଫ ହୋଇଛନ୍ତି କୁକୁଡାଖଣ୍ଡି ବ୍ଲକ ବଳରାମପଲ୍ଲୀର ଶିକ୍ଷକ ସୁବାଷଚନ୍ଦ୍ର ସାହୁ। ବେଆଇନ ଭାବେ ୧୦୦ ଲିଟର ଦେଶୀ ମଦ ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗର ବ୍ରହ୍ମପୁର-୨ ଅଧିକାରୀମାନେ ତାଙ୍କୁ କାବୁ କରିଛନ୍ତି। ପୂର୍ବରୁ ମଧ୍ୟ ସେ ବେଆଇନ ଦେଶୀମଦ କାରବାର କରି ଧରା ପଡିଥିଲେ। ସୁବାଷଚନ୍ଦ୍ର ବର୍ତ୍ତମାନ ବଉଳଝୋଳି ପଞ୍ଚାୟତ ସାତପହଣ୍ଡିଆସ୍ଥିତ ଏକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ସୂଚନା ମିଳିଛି। ଦୀର୍ଘବର୍ଷ ଧରି ଦେଶୀ ମଦ କାରବାରରେ ସଂପୃକ୍ତ ରହି ଏକାଧିକ ଥର ଜେଲ ଯାଇଥିବା ସୁବାଷଚନ୍ଦ୍ରଙ୍କ ବିରୋଧରେ ଶିକ୍ଷା ବିଭାଗ ପକ୍ଷରୁ କାହିଁକି ପଦକ୍ଷେପ ନିଆଯାଉ ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି।
ସୂଚନାପ୍ରକାରେ, ଫାଷ୍ଟଗେଟ ଠାରୁ ବାଇଗଣବାଡି ଅଞ୍ଚଳରେ ବେଆଇନ ଭାବେ ଦେଶୀ ମଦ କାରବାର ହେଉଥିବା ଖବର ମିଳିବା ପରେ ଅବକାରୀ ବିଭାଗର ବ୍ରହ୍ମପୁର-୨ର କର୍ମଚାରୀମାନେ ବାଇଗଣବାଡି ରାସ୍ତାରେ ଯାଞ୍ଚ ଆରମ୍ଭ କରିଥିଲେ।ଏହି ସମୟରେ ପ୍ରଧାନଶିକ୍ଷକ ସୁବାଷଚନ୍ଦ୍ର ଏକ ବାଇକରେ ୧୦୦ ଲିଟର ଦେଶୀମଦ ଧରି ଯାଉଥିବା ବେଳେ ଅବକାରୀ ବିଭାଗ ଦଳ ତାଙ୍କୁ କାବୁ କରି ନେଇଥିଲେ। ତାଙ୍କ ନିକଟରୁ ୧୦୦ ଲିଟର ଦେଶୀ ମଦ ସହ ବାଇକକୁ ଜବତ କରାଯାଇଥିଲା।
ଗତବର୍ଷ ବେଆଇନ ମଦ କାରଖାନା ଖୋଲିଥିବା ସୁବାଷଚନ୍ଦ୍ରଙ୍କୁ ଅବକାରୀ ବିଭାଗ ଗିରଫ ପରେ ଅଦାଲତ ଚାଲାଣ କରାଯାଇଥିଲା। ସେହି ସମୟରେ ଗିରଫ ହୋଇ ଜେଲ ଯିବା ପରେ ସେ ଜାମିନରେ ଆସି ପୁଣିଥରେ ମଦ କାରବାରରେ ସଂପୃକ୍ତ ରହିଥିବା ଜଣାପଡିଛି।

ଶିକ୍ଷକଙ୍କୁ ମାଡ଼ ମାରି ଅଡୁଆରେ ସରପଞ୍ଚଙ୍କ ସ୍ୱାମୀ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories