ମେଷ: ରବିବାର ଓ ସୋମବାର ଜଗିରଖି ଚଳିବେ। ଦୂରଯାତ୍ରା କରିବା ଉଚିତ ନୁହେଁ। ପାକସ୍ଥଳୀ ଜନିତ ସମସ୍ୟା ଦେଖାଦେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ଆୟ ବୃଦ୍ଧି ଘଟିବ। ଶୁକ୍ରବାର ଓ ଶନିବାର କର୍ମକ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। ମାନସିକ ଅବସାଦ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀସୁନ୍ଦରାକାଣ୍ଡ ପଢ଼ନ୍ତୁ।
ବୃଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ଆୟ ବୃଦ୍ଧି ଘଟିବ। ଦାମ୍ପତ୍ୟରେ ଆନନ୍ଦ ପ୍ରାପ୍ତ କରିପାରନ୍ତି। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସାବଧାନତା ଲୋଡ଼ା। ଶତ୍ରୁ ଦ୍ବାରା ପରାସ୍ତ ହୋଇପାରନ୍ତି। ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ଶୁକ୍ରବାର ଓ ଶନିବାର ବନ୍ଧୁ ସହଯୋଗ ଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପ୍ରାପ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ଲକ୍ଷ୍ମୀଙ୍କ ପୂଜା କରନ୍ତୁ।
ମିଥୁନ: ରବିବାର ଓ ସୋମବାର ଶତ୍ରୁଠାରୁ ଦୂରେଇ ରହିବା ଭଲ। ଅଣ୍ଟାରେ ଯନ୍ତ୍ରଣା ଦେଖାଦେଇପାରେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କର୍ମକ୍ଷେତ୍ର ପ୍ରତିଷ୍ଠା ଆଣିଦେବ। ଜମିବାଡ଼ି ଗଣ୍ଡଗୋଳ ସମାଧାନ ହେବ। ଶୁକ୍ରବାର ଓ ଶନିବାର ଅସୁବିଧାରେ ପଡ଼ିପାରନ୍ତି। ଆୟ ମଧ୍ୟମ ରହିବ। ପାରିବାରିକ ଅଶାନ୍ତିର ସମ୍ମୁଖୀନ ହେବେ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ମା’ ତ୍ରିପୁରା ସୁନ୍ଦରୀଙ୍କ କବଚ ପାଠ କରନ୍ତୁ।
କର୍କଟ: ରବିବାର ଓ ସୋମବାର କର୍ମପ୍ରବଣତା ଆପଣଙ୍କର ଭୂଷଣ ହେବ। ଶାସ୍ତ୍ରାନୁରାଗୀ ହେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବେ। ତର୍କବିତର୍କଠାରୁ ଦୂରେଇ ରହିବା ଭଲ। ଶୁକ୍ରବାର ଓ ଶନିବାର ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। ସ୍ତ୍ରୀଙ୍କ ସହଯୋଗ ଲାଭ କରିବେ। ମାଲିମକଦ୍ଦମାର ଫଏସଲା ହେବ। ମହିଳା ଓ ବିଦ୍ୟାର୍ଥୀମାନେ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ଭୁବନେଶ୍ବରୀଙ୍କ କବଚ ପାଠ କରନ୍ତୁ।
ସିଂହ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମକୁଶଳୀ ହେବେ। ନିଜ ପ୍ରତିଭାର ସୁବିନିଯୋଗ କରି ସଫଳତା ପାଇବେ। ଆର୍ଥିକ ଅନଟନ ଦୂରୀଭୂତ ହେବ। ବୁଧବାର ଓ ଗୁରୁବାର ସମୟର ଅନୁକୂଳତା ଅନୁଭବ କରିବେ। ଶୁକ୍ରବାର ଓ ଶନିବାର ଅଯଥା ଖର୍ଚ୍ଚାନ୍ତର ସମ୍ମୁଖୀନ ହେବେ। ବିବଦମାନ ପରିସ୍ଥିତିେର ଅଯଥା ହସ୍ତକ୍ଷେପ ଫଳରେ ଅପମାନିତ ହେବେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପାଇବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀସୂର୍ଯ୍ୟାଷ୍ଟକ ପାଠ କରନ୍ତୁ।
କନ୍ୟା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟର ଅନୁକୂଳତା ଆପଣଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା କରାଇବ। ଚାହୁଁଥିବା ଦିଗରୁ ଅର୍ଥ ପ୍ରାପ୍ତ କରିବେ। ବୁଧବାର ଓ ଗୁରୁବାର ପାରିବାରିକ ଆନନ୍ଦ ଲାଭ କରିବେ। ଋଣମୁକ୍ତ ପାଇଁ ବ୍ୟବସ୍ଥା କରିବେ। ଶୁକ୍ରବାର ଓ ଶନିବାର ଧାର୍ମିକ ଚିନ୍ତାଧାରାଯୁକ୍ତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ମହିଳା ଓ ବିଦ୍ୟାର୍ଥୀ ଯଶ ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗାଷ୍ଟକ ପାଠ କରନ୍ତୁ।
ତୁଳା: ରବିବାର ଓ ସୋମବାର ପ୍ରତିଟି କ୍ଷେତ୍ରରେ ସାବଧାନତା ଲୋଡ଼ା। ବାକ୍ ସଂଯମତା ରକ୍ଷା କରନ୍ତୁ, ନଚେତ୍ ଅସୁବିଧାରେ ପଡ଼ିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସର୍ଜନଶୀଳ ହେବେ। ନିଜ ପ୍ରତିଭାର ବିକାଶ ଘଟିବ। ଶୁକ୍ରବାର ଓ ଶନିବାର ଭାଇଙ୍କ ସହଯୋଗରେ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ। ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଶିବଙ୍କ ପୂଜା କରନ୍ତୁ।
ବିଛା: ରବିବାର ଓ ସୋମବାର ପ୍ରେମରେ ସଫଳତା ଲାଭ ହେବ। ନୂତନ ବନ୍ଧୁଲାଭ କରିବେ। ସୁସମ୍ବାଦ ପ୍ରାପ୍ତ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବେ। ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି। ଶୁକ୍ରବାର ଓ ଶନିବାର ପରିସ୍ଥିତିରେ ପରିବର୍ତ୍ତନ ଆସିବ। କର୍ମ ଅନୁରୂପ ଫଳପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ଚିନ୍ତାଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ତ୍ର ଜପ କରନ୍ତୁ।
ବିଛା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଯୋଜନା ଅନୁସାରେ କାର୍ଯ୍ୟ କରି ସଫଳତା ଲାଭ କରିବେ। ଆୟ ବୃଦ୍ଧି ଘଟିବ। ନୂତନ ଜମିବାଡ଼ି କିଣାକିଣି କରିପାରନ୍ତି। ବୁଧବାର ଓ ଗୁରୁବାର ନୂତନ ନିଯୁକ୍ତି ମିଳିପାରେ। ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଶାରୀରିକ ଅସୁସ୍ଥତା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପ୍ରାପ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ତାରାଙ୍କ କବଚ ପଢ଼ନ୍ତୁ।
ଧନୁ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମାନୁରାଗୀ ହେବେ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବା ସହ ପଦୋନ୍ନତି ମିଳିପାରେ। ଲାଭବାନ ହେବେ। ବୁଧବାର ଓ ଗୁରୁବାର ଶତ୍ରୁ ପରାସ୍ତ ହେେବ। ଦୂରଯାତ୍ରା ସଫଳତା ପ୍ରଦାନ କରିବ। ଶୁକ୍ରବାର ଓ ଶନିବାର ପ୍ରୀତିଲାଭ ହେବ। ଅବିବାହିତ ପୁରୁଷ ଓ କନ୍ୟାଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ମହିଳା ଓ ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ କାଳୀଙ୍କ ଆରାଧନା କରନ୍ତୁ।
ମକର: ରବିବାର ଓ ସୋମବାର ଜଗିରଖି ଚଳିବେ। ଦୂରଯାତ୍ରା କରିବା ଉଚିତ ନୁହେଁ। ଆଘାତ ପ୍ରାପ୍ତ ହୋଇପାରନ୍ତି। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସନ୍ତାନହେତୁକ ସମସ୍ୟା ଦୂର କରିବାକୁ ଚେଷ୍ଟା କରିବେ। ସ୍ତ୍ରୀହେତୁକ ଧନଲାଭ ହେବ। ଶୁକ୍ରବାର ଓ ଶନିବାର ଯାନବାହନଜନିତ ସମସ୍ୟା ଦେଖାଦେଇପାରେ। ମହିଳା ଓ ବିଦ୍ୟାର୍ଥୀମାନେ ମଧ୍ୟମ ଫଳପ୍ରାପ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
କୁମ୍ଭ: ରବିବାର ଓ ସୋମବାର ଭ୍ରାତୃ ବିବାଦର ସମାଧାନ ହେବ। ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସାବଧାନତା ଅବଲମ୍ବନ କରିବା ଉଚିତ୍। ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ଶୁକ୍ରବାର ଓ ଶନିବାର ନୂତନ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି। ଆର୍ଥିକ ସ୍ଥିତି ଉନ୍ନତ ରହିବ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ମା’ ଦୁର୍ଗାଙ୍କର ଆରାଧନା କରନ୍ତୁ।
କେମିତି କଟିବ ଏହି ସପ୍ତାହ: ଜାଣନ୍ତୁ ସାପ୍ତାହିକ ରାଶିଫଳ
Popular Categories



